Categories: ଜାତୀୟ

୩ ବେଡ୍‌ରୁମରେ ୨୦୦ରୁ ଊର୍ଦ୍ଧ୍ୱ ଡୋଲ୍‌

ନୂଆଦିଲ୍ଲୀ: ବାର୍ବି ଡୋଲ୍‌ ଭଳି ଖେଳନା ସାଧାରଣତଃ ଝିଅମାନେ ଅଧିକ ପସନ୍ଦ କରିଥାନ୍ତି। ହେଲେ ନିକଟରେ ଜଣେ ୩୫ ବର୍ଷୀୟଙ୍କ ପାଖରେ ଡୋଲ୍‌ର ବହୁତ କଲେକ୍ସନ ଥିବା ଦେଖିବାକୁ ମିଳିଛି। ସେ ତାଙ୍କ ୩ଟି ବେଡ୍‌ରୁମକୁ ୨୦୦ରୁ ଊର୍ଦ୍ଧ୍ୱ ଡୋଲ୍‌ରେ ଭରି ଦେଇଛନ୍ତି। ସାଧାରଣତଃ ଡୋଲ୍‌ ଝିଅଙ୍କ ପସନ୍ଦ ଥିବାବେଳେ ତାଙ୍କର ଏପରି ସଉକ ପାଇଁ ସ୍କୁଲରେ ତାଙ୍କୁ ଅଧିକାଂଶ ଥଟ୍ଟା କରୁଥିଲେ। ହେଲେ ତାଙ୍କର ଏପରି ସଉକକୁ ସେ ବଜାୟ ରଖିଛନ୍ତି। ଏକ୍ସ ଫ୍ୟାକ୍ଟରର ପ୍ରତିଯୋଗୀ ଡୁଆନି ଏଜେଙ୍କୁ ୫ ବର୍ଷ ବୟସ ଉପହାରରେ ଏକ ଡୋଲ୍‌ ମିଳିଥିଲା। ତାହା ତାଙ୍କୁ ବହୁତ ପସନ୍ଦ ଆସିଥିଲା। ତା’ ପରଠାରୁ ଘରେ ହେଉଥିବା ସମସ୍ତ ଉତ୍ସବରୁ ତାଙ୍କୁ ଅନେକ ଡୋଲ୍‌ ଉପହାର ସ୍ବରୂପ ମିଳୁଥିଲା। ସେ ଡୋଲ୍‌ ଏକାଠି କରିବା ଆରମ୍ଭ କରିଥିଲେ। ଏବେ ଏହା ତାଙ୍କର ସଉକରେ ପରିଣତ ହୋଇଯାଇଛି। ରିପୋର୍ଟ ମୁତାବକ, ସେ ବିଭିନ୍ନ ସାଇଟ୍‌ରୁ ଡୋଲ୍‌ କିଣିଥାନ୍ତି ଏବଂ ତାହାକୁ ତାଙ୍କ ସୋସିଆଲ ମିଡିଆର ୟୁଜର୍ସଙ୍କ ସହ ଶେୟାର କରିଥାନ୍ତି। ତାଙ୍କ ପାଖରେ ଥିବା ଡୋଲ୍‌ର ମୂଲ୍ୟ ୨୦ ଡଲାରରୁ ଆରମ୍ଭ କରି ୬୦୦ ଡଲାର ପର୍ଯ୍ୟନ୍ତ ରହିଛି। ସେ ଏହା ମଧ୍ୟରେ ବିବାହ କରିସାରିଛନ୍ତି। ହେଲେ ମଧ୍ୟ ତାଙ୍କର ଏପରି ଡୋଲ୍‌ ଏକାଠି କରିବା ସଉକ ସେ ଚାଲୁ ରଖିଛନ୍ତି। ଏଥିରେ ତାଙ୍କ ସ୍ତ୍ରୀଙ୍କୁ କୌଣସି ଅସୁବିଧା ମଧ୍ୟ ହୁଏନି। ସେ ତାଙ୍କର ଏହି ସଉକକୁ ନେଇ ଗର୍ବ ମଧ୍ୟ କରନ୍ତି।

Share