୩ ବ୍ଲକରେ ୯୩୨୬ ହେକ୍ଟର ଫସଲ କ୍ଷତି

ବରଗଡ଼ ଅଫିସ୍‌,୨୨ା୪: ବରଗଡ଼ ଜିଲାରେ ମଙ୍ଗଳବାର ଅପରାହ୍ନରେ କରାମାଡ଼ ହୋଇଥିଲା। ଏଥିରେ ବରଗଡ଼, ବରପାଲି ଏବଂ ଅତାବିରା ବ୍ଲକର ୯୩୨୬ ହେକ୍ଟର ଜମିରେ ଧାନ ଫସଲ ୩୩ ପ୍ରତିଶତରୁ ଊର୍ଦ୍ଧ୍ୱ ପ୍ରଭାବିତ ହୋଇଥିବା କୃଷିବିଭାଗ ଆକଳନରୁ ଜଣାପଡ଼ିଛି। ବରଗଡ଼ ବ୍ଲକର ଖଣ୍ଡହଥା, ଅଡ଼ଗାଁ, କୁରୁଆଁ, ଗାଈସୀମା, ଖୁଣ୍ଟପାଲି, ତୁମଗାଁ ପଞ୍ଚାୟତର ୧୦ ଗ୍ରାମ, ବରପାଲି ବ୍ଲକର କୁମ୍ଭାରୀ, କନବାର, ବାଗବାଡ଼ି, ଲେଣ୍ଡା, କୁଶନପୁରୀ, ବରମକେଲା, ବନ୍ଧପାଲି, ଗୋପେଇପାଲି ଆଦି ପଞ୍ଚାୟତର ୧୮ ଏବଂ ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା, ବୁଗବୁଗା, ଜହ୍ନାପଡ଼ା, କୁଲୁଣ୍ଡା, ଟାମ୍ପରସରା, କୁଲିତା ଟୁକୁରା ଏବଂ କାଦୋବାହାଲ ପଞ୍ଚାୟତର ୧୯ଗ୍ରାମରେ ଧାନ ଫସଲ ୩୩ ପ୍ରତିଶତରୁ ଊର୍ଦ୍ଧ୍ୱ କ୍ଷତିଗ୍ରସ୍ତ ହୋଇଛି। ବୁଧବାର କୃଷି ଓ ରାଜସ୍ବ ବିଭାଗର ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ ସହିତ ଫସଲକ୍ଷତି ଆକଳନ କରିଥିଲେ।

Share