ବୁଗୁଡ଼ା,୧ା୬(ଡି.ଏନ.ଏ.)- ବୁଗୁଡ଼ା ଥାନା କାଞ୍ଜିଆପଲ୍ଲୀରେ ପ୍ରାୟ ୩ ଭରଣ ଭେଣ୍ଡି ପଦରକୁ କୌଣସି ଦୁର୍ବୃତ୍ତ ନଷ୍ଟ କରିଥିବା ନେଇ ରଙ୍କନିଧି ଗୌଡ଼ ଶନିବାର ବୁଗୁଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି। କାଞ୍ଜିଆପଲ୍ଲୀର ରଙ୍କନିଧି ୩ ଭରଣ ପଦରରେ ଭେଣ୍ଡି ଲଗାଇଥିଲେ। ଭେଣ୍ଡି ଗଛ ବଡ଼ ହୋଇ ଫୁଲ ଫଳ ମଧ୍ୟ ଧରିଥିଲା। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୌଣସି ଦୁର୍ବୃତ୍ତ ସାରା ଭେଣ୍ଡି ପରିବା ପଦରକୁ କାଟି ନଷ୍ଟ କରିଥିବା ସେ ଅଭିଯୋଗ କରିଛନ୍ତି।