Categories: ଜାତୀୟ

୩ ଭାଜପା ରାଜ୍ୟ ଅଧ୍ୟକ୍ଷଙ୍କ ପରିବର୍ତ୍ତନ

ନୂଆଦିଲ୍ଲୀ, ୨।୬: ଦିଲ୍ଲୀ, ଛତିଶଗଡ଼ ଏବଂ ମଣିପୁର ଆଦି ୩ ରାଜ୍ୟର ଭାଜପା ରାଜ୍ୟ ଅଧ୍ୟକ୍ଷଙ୍କୁ ପରିବର୍ତ୍ତନ କରାଯାଇଛି। ଦିଲ୍ଲୀ ଭାଜପା ଅଧ୍ୟକ୍ଷ ପଦରୁ ମନୋଜ ତିଓ୍ବାରୀଙ୍କୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ଆଦେଶ କୁମାରଙ୍କୁ ଅଧ୍ୟକ୍ଷ ଭାର ଦିଆଯାଇଛି। ସେହିପରି ବିଷ୍ଣୁଦେବ ସାୟଙ୍କୁ ଛତିଶଗଡ଼ ଅଧ୍ୟକ୍ଷ ଏବଂ ଏସ୍‌. ଟିକେନ୍ଦ୍ର ସିଂଙ୍କୁ ମଣିପୁର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି। ଏନେଇ ଭାଜପା ମହାସଚିବ ଅରୁଣ ସିଂଙ୍କ ପକ୍ଷରୁ ସୂଚନା ଜାରି ହୋଇଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ନିର୍ଦ୍ଦେଶରେ ଏହା କାର୍ଯ୍ୟକାରି ହୋଇଛି। ସୂଚନାଯୋଗ୍ୟ, ଦିଲ୍ଲୀ ସରକାର କରୋନା ସଂକ୍ରମଣ ରୋକିବାରେ ଅସଫଳ ରହିଥିବା ଦର୍ଶାଇ ମନୋଜ ସୋମବାର ରାଜଘାଟରେ ଧାରଣା ଦେଇଥିଲେ। ତାଙ୍କ ସହିତ କୁଲଜିତ୍‌ ଚହଲ ଏବଂ ଅଶୋକ ଗୋଏଲ ମଧ୍ୟ ଉପସ୍ଥିତ ଥିଲେ। ଏପରି କରି କରୋନା ସଂକ୍ରମଣ ଲକ୍‌ଡାଉନ୍‌ ଆଇନର ସେ ଉଲ୍ଲଂଘନ କରି ଥିବାରୁ ମନୋଜଙ୍କ ସହିତ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା।

Share