Categories: ଜାତୀୟ

୩ ମହଲା ଉପରୁ ଖସିପଡିଲେ ୨ବର୍ଷର ଶିଶୁ: ଭିଡିଓ ଭାଇରାଲ

ଡାମନ,୪।୧୨: ଯାହାକୁ ରଖିବେ ଅନନ୍ତ କି କରିପାରିବ ବଳବନ୍ତ। ଏହି ଉକ୍ତିଟି ସଫଳ ରୂପାୟନ ହୋଇଥିବା ଦେଖିବାକୁ ମିଳିଛି କେନ୍ଦ୍ରଶାସିତ ଅଞ୍ଚଳ ଡାମନ ଡିଉରେ। ୩ ମହଲା କୋଠା ଉପରୁ ୨ ବର୍ଷର ଶିଶୁ ଖସି ପଡୁଥିବା ବେଳେ ତାଙ୍କୁ ଉଦ୍ଧାର କରିନେଇଛନ୍ତି ସ୍ଥାନୀୟ ଲୋକେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ପିଲାଟି ବାଲକୋନିରେ ଖେଳୁଥିବା ବେଳେ ହାଠତ୍‌ ତଳକୁ ଖସିପଡ଼ିଥିଲା। ହେଲେ ତଳକୁ ଖସିବା ପୂର୍ବରୁ ଦ୍ୱିତୀୟ ମହଲାରେ ଲାଗିଥିବା ଏକ ଜାଲରେ ଅଟକି ଯାଇଥିଲା। ଜାଲରେ ଫସିଥିବା ଦେଖି ପରିବାର ଓ ସ୍ଥାନୀୟ ଲୋକେ ଉଦ୍ଧାର କରିବା ପାଇଁ ଉଦ୍ୟମ ଚଳାଇଥିଲେ। ହେଲେ କିଛି ସମୟ ପରେ ଶିଶୁଟି ଉକ୍ତ ଜାଲରୁ ଖସିପଡୁଥିବା ବେଳେ ଦେବଦୂତ ସାଜି ତଳେ ରହିଥିବା କିଛି ସ୍ଥାନୀୟ ଯୁବକ ତାଙ୍କୁ ଧରିନେଇଥିଲେ। ଶିଶୁଟିକୁ ଉଦ୍ଧାର କରାଯିବା ପରେ ସଙ୍ଗେସଙ୍ଗେ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ଚିକିତ୍ସା କରିବା ପରେ ସେ ସୁରକ୍ଷିତ ଥିବା ସହ କୌଣସି ପ୍ରକାର ଆଘାତ ଲାଗି ନ ଥିବା ନେଇ ସୂଚନା ଦେଇଛନ୍ତି।

Share