ନୂଆଦିଲ୍ଲୀ,୧୭ା୧୨(ପି.ଟି.)- ୩ ମାସ ମଧ୍ୟରେ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ଏବଂ ରାଜ୍ୟ ସୂଚନା ଆୟୋଗ (ଏସ୍ଆଇସି)ଗୁଡ଼ିକରେ ସୂଚନା କମିଶନର ନିଯୁକ୍ତି ଲାଗି ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅଧିକାର ଆଇନର ଅପବ୍ୟବହାର ରୋକିବା ଲାଗି ଗାଇଡଲାଇନ୍ସର ଆବଶ୍ୟକତା ଥିବା ପ୍ରଧାନ ବିଚାରପତି ଏସ୍.ଏ. ବୋବ୍ଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମତ ଦେଇଛନ୍ତି। ଫେବୃୟାରୀ ୧୫ରେ ସର୍ବୋଚ୍ଚ ଅଦାଲତଙ୍କ ରାୟ ସତ୍ତ୍ୱେ ଏପର୍ଯ୍ୟନ୍ତ ସିଆଇସି ଏବଂ ଏସ୍ଆଇସିଗୁଡ଼ିକରେ ସରକାର ସୂଚନା କମିଶନର ନିଯୁକ୍ତି ଦେଇ ନ ଥିବା ଆଇନଜୀବୀ ପ୍ରଶାନ୍ତ ଭୂଷଣ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।