୩ ମାସରେ ୧୨ ଲିଟର କ୍ଷୀରଦାନ କରି ୫ ନବଜାତକଙ୍କ ଜୀବନ ବଞ୍ଚାଇଛନ୍ତି ଶିକ୍ଷୟିତ୍ରୀ

ଅହମ୍ମଦାବାଦ୍‌,୨୯।୧୨: ମା କ୍ଷୀର ଜବଜାତକଙ୍କ ପାଇଁ ଅମୃତ ତୁଲ୍ୟ। ତେବେ କେତେକ କ୍ଷେତ୍ରରେ ନବଜାତକଙ୍କୁ ଏହା ମିଳିପାରେନା। ଗୁଜରାଟରେ ଜଣେ ୨୯ ବର୍ଷ ବୟସ୍କା ଶିକ୍ଷୟିତ୍ରୀ ରୁଶିନା ମାରଫତିୟା ୩ ମାସରେ ନିଜର ୧୨ଲିଟର କ୍ଷୀରଦାନ କରି ୫ ନବଜାତକଙ୍କ ଜୀବନ ବଞ୍ଚାଇ ପାରିଛନ୍ତି। ଗତ ସେପ୍ଟେମ୍ବର ୨୦ରେ ସେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଅଧିକ କ୍ଷୀର ହେବାରୁ ସେ ଏହାକୁ ନଷ୍ଟ ନ କରି ମା କ୍ଷୀର ପିଇବାକୁ ବଞ୍ଚିତ ହେଉଥିବା ଶିଶୁଙ୍କୁ ଏହା ଦାନ କରିଛନ୍ତି। ସ୍ଥାନୀୟ ଏକ ଶିଶୁ କେନ୍ଦ୍ରରେ ରୁଶିନାଙ୍କ ଭଳି ୨୫୦ ଜଣ ମହିଳା ସେମାନଙ୍କ କ୍ଷୀର ଏଠାରେଥିବା ମଦର୍ସ ମିଲ୍କ ବ୍ୟାଙ୍କକୁ ଦାନ କରୁଛନ୍ତି।

Share