Categories: ଜାତୀୟ

୩ ମାସରେ ୯୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ

ନୂଆଦିଲ୍ଲୀ, ୧୯ା୧୧(ପି.ଟି.) ପାକିସ୍ତାନ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିଆସୁଛି। ଚଳିତବର୍ଷ ଗତ ଅଗଷ୍ଟରୁ ଅକ୍ଟୋବର ମାସ ମଧ୍ୟରେ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ୯୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିବା ଜଣାପଡ଼ିଛି। ଗୁଳିମାଡ଼ରେ ୭ ସୁରକ୍ଷାକର୍ମୀ ଆହତ ହୋଇଥିବାବେଳେ ୩ ଜଣଙ୍କ ପ୍ରାଣ ମଧ୍ୟ ହରାଇଛନ୍ତି। ସୋମବାର ଏନେଇ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ ଗୃହରେ ଏହି ତଥ୍ୟ ରଖିଛନ୍ତି। ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଗତ ୩ ମାସ ମଧ୍ୟରେ ଏଭଳି ୭୯ଟି ଘଟଣା ଘଟିଥିବା ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ସେ ପ୍ରକାଶ କରିଛନ୍ତି। ବାରମ୍ବାର ପାକ୍‌ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଉଥିଲେ ହେଁ କିଛି ସୁଫଳ ମିଳୁନାହିଁ। ଏହାକୁ ଦୃଢ଼ହସ୍ତରେ ଦମନ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଥିବା ସେ ମତ ଦେଇଛନ୍ତି। ସୀମାରେ ସତର୍କ ଦୃଷ୍ଟି ରଖାଯାଇଥିବା ସେ ପ୍ରକାଶ କରିଛନ୍ତି।

Share