୩ ମାସର ରୋଡ ଟ୍ୟାକ୍ସ ଛାଡ

ଭୁବନେଶ୍ୱର,୨୯ା୫,(ବ୍ୟୁରୋ)-କରୋନା ସଙ୍କଟ ସମୟରେ ଯାତ୍ରୀବାହୀ ଯାନ ପାଇଁ ୩ ମାସର ରୋଡ ଟ୍ୟାକ୍ସ ଛାଡ ହୋଇଛି। ୨୦୨୦ ଏପ୍ରିଲ ମାସରୁ ଜୁନ ଯାଏଁ ରୋଡ ଟ୍ୟାକ୍ସ ଛାଡ କରାଯାଇଥିବା ଶୁକ୍ରବାର ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ  ପକ୍ଷରୁ ଘୋଷଣା କରାଯାଇଛି। ପ୍ରକାଶ ଯେ, ରାଜ୍ୟ ଘରୋଇ ବସ ଚଳାଚଳକୁ ନେଇ ରାଜ୍ୟ ସରକାର ଓ ଘରୋଇ ବସ ମାଲିକ ସଂଘ ମଧ୍ୟରେ ବୈଠକ ହୋଇଥିଲା। ବସ ମାଲିକ ସଂଘର ଦାବି ମୁତାବକ ରାଜ୍ୟ ସରକାର ଏପ୍ରିଲ, ମେ ଓ ଜୁନ ମାସର ରୋଡ ଟ୍ୟାକ୍ସ ଛାଡ କରିଛନ୍ତି।

 

Share