Categories: ଜାତୀୟ

୩ ମାସ ପରେ କଶ୍ମୀରରେ ଖୋଲିଲା ସ୍କୁଲ

ଶ୍ରୀନଗର, ୨୦ା୧୧(ପି.ଟି.) : ଦୀର୍ଘ ୩ ମାସ ପରେ ପୁଣି କଶ୍ମୀରରେ ମଙ୍ଗଳବାର ସ୍କୁଲ ଖୋଲିଛି। ୩୭୦ ଅନୁଚ୍ଛେଦ ହଟାଇ ଦିଆଯିବା ପରେ ପରିସ୍ଥିତିକୁ ଦେଖି ଅଘୋଷିତ ଭାବେ ଏଠାକାର ସ୍କୁଲଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା। ଏବେ ସ୍ଥିତି ସାମାନ୍ୟ ହେବାରେ ଲାଗିଛି। ଅନେକ ଘରୋଇ ସ୍କୁଲ ମଙ୍ଗଳବାର କଶ୍ମୀରରେ ଖୋଲିଥିବା ଜଣାପଡ଼ିଛି। ସେହିପରି ଯାତ୍ରୀ ପରିବହନ ବ୍ୟବସ୍ଥାରେ ମଧ୍ୟ ସୁଧାର ଆସିଛି। ସ୍କୁଲଗୁଡ଼ିକ ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଖୋଲିଥିବାବେଳେ ବିନା ୟୁନିଫର୍ମରେ ପିଲାଙ୍କୁ ଆସିବା ଲାଗି କୁହାଯାଇଛି। ଗତ ରବିବାର ଶ୍ରୀନଗରରୁ ବନିହାଲ ରେଳ ଚଳାଚଳ କରିଥିଲା।

Share