୩ ମାସ ପର୍ଯ୍ୟନ୍ତ ଘରଭଡା ଆଦାୟ କରିବେନି ମାଲିକ

ମୁମ୍ବାଇ,୧୭।୪: ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍‌ଡାଉନ୍‌ ଚାଲିଥିବା ବେଳେ ଅନେକ ଲୋକଙ୍କ ଜୀବନଜୀବିକା ଉପରେ ଏହା ପ୍ରଭାବ ପକାଇଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ଷ୍ଟେଟ ହାଇସିଂ ଡିପାର୍ଟମେଣ୍ଟ ଶୁକ୍ରବାର ଘୋଷଣା କରିଛି କି ରାଜ୍ୟରେ ଘର ମାଲିକମାନେ ଅତିକମ୍‌ରେ ୩ ମାସ ପର୍ଯ୍ୟନ୍ତ ସେମାନଙ୍କ ଭଡା ମାଗିବେ ନାହିଁ। ଏହାସହ ଏହି ୩ ମାସ ମଧ୍ୟରେ ଘରଭଡା ନ ଦେଇଥିବା ଦର୍ଶାଇ କେହି ଭଡାଟିଆଙ୍କୁ ଘର ଖାଲି କରିବାକୁ ମଧ୍ୟ କହିପାରିବେ ନାହିଁ। ମହାରାଷ୍ଟ୍ରରେ ସର୍ବାଧିକ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ଏହାକୁ ନେଇ ସରକାରଙ୍କ ଚିନ୍ତା ବଢିଯାଇଛି। ଫଳରେ ରାଜ୍ୟକୁ ଏକ ପ୍ରକାର ସିଲ୍‌ କରାଯାଇଥିବାରୁ ଲୋକେ ଯେଭଳି ହଇରାଣ ନ ହେବେ ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ଘୋଷଣା କରାଯାଇଛି। ଏହା ଫଳରେ ଭଡାରେ ରହୁଥିବା ଲୋକେ ସମାନ୍ୟ ଆଶ୍ୱସ୍ତି ଅନୁଭବ କରିବେ ବୋଲି କୁହାଯାଉଛି।

Share