୩ ମେଡିକାଲ କଲେଜର ଏମ୍‌ବିବିଏସ୍‌ ସିଟ୍‌ ସଂଖ୍ୟା ବଢ଼ିଲା

ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟର ୩ଟି ମେଡିକାଲ୍‌ କଲେଜର ଏମ୍‌ବିବିଏସ୍‌ ସିଟ୍‌ ସଂଖ୍ୟା ବୃଦ୍ଧି ପାଇଛି। ମେଡିକାଲ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆର ଅନୁମୋଦନକ୍ରମେ ବୁର୍ଲା, କୋରାପୁଟ ଓ ବାରିପଦା ମେଡିକାଲ କଲେଜର ସିଟ୍‌ ସଂଖ୍ୟା ବୃଦ୍ଧି ପାଇଛି। ବୁର୍ଲା ମେଡିକାଲ କଲେଜରେ ପୂର୍ବରୁ ୧୫୦ ସିଟ୍‌ ରହିଥିବା ବେଳେ ତହିଁରେ ଅଧିକ ୫୦ ସିଟ୍‌ ବୃଦ୍ଧି ପାଇଛି। ଫଳରେ ସିଟ୍‌ ସଂଖ୍ୟା ୨ଶହରେ ପହଞ୍ଚିଛି। ସେହିଭଳି କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପୂର୍ବରୁ ୧୦୦ ସିଟ୍‌ ଥିବା ବେଳେ ୨୫ସିଟ୍‌ ଓ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ମଧ୍ୟ ୨୫ ସିଟ୍‌ ବୃଦ୍ଧି ପାଇଛି। ଫଳରେ ଉଭୟ କଲେଜରେ ସିଟ୍‌ ସଂଖ୍ୟା ୧୨୫ରେ ପହଞ୍ଚିଛି।

Share