୩ ରଥର ୩୩ କଣଗୁଜ ସରିଲା

ପୁରୀ ଅଫିସ, ୧୧।୬: ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ରଥକାମ। ଅକ୍ଷୟତୃତୀୟାଠାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ମହାରଣା, ରୂପକାର, ଭୋଇ, କମାର ଓ କରତି ସେବକମାନେ କାମରେ ବ୍ୟସ୍ତ ରହିଛନ୍ତି। ଶ୍ରୀକ୍ଷେତ୍ର ଭଉଁରିରେ ୩ଟି ରଥର ଦୁଇଟି ଲେଖାଏଁ ଚକ ଅଖ ଡେରା ନୀତି ସମ୍ପନ୍ନ ହେବା ପରେ ଚକ ତିଆରି ଆରମ୍ଭ ହୋଇଥିଲା। ଇତିମଧ୍ୟରେ ମୋଟ ୪୨ଟି ଚକ ତିଆରି ସରିଛି। ରଥଖଳା ବାହାରେ ଦଣ୍ଡାହଣା କାମ ଚାଲିଛି। ମଙ୍ଗଳବାର ୩ଟି ରଥର ଆଉ ଦୁଇଟି ଲେଖାଏଁ ଚକ ଅଖ ଡେରା ହେବ। ଏ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ବୋଲି ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର କହିଛନ୍ତି। ସେପଟେ ରଥଖଳାରେ ଗରାଗରା ତିଆରି ଚାଲିଛି। ରୂପକାରମାନେ ଖୋଦେଇ କରୁଛନ୍ତି। ସୋମବାର ସୁଦ୍ଧା ୩ଟି ରଥର ୩୩ଟି କଣଗୁଜ ସରିଛି। ଆସନ୍ତା ସପ୍ତାହକ ମଧ୍ୟରେ କଣଗୁଜ କାମ ଶେଷ ହୋଇଯିବ ବୋଲି ନନ୍ଦିଘୋଷ ରଥ ରୂପକାର ସେବକ ରାଜେନ୍ଦ୍ର ମହାପାତ୍ର କହିଛନ୍ତି। ଏହାପରେ ସିଂହାସନ, ନାଟ ଗୋଟ ଏବଂ ପରଭା କାମ ଆରମ୍ଭ ହେବ। ଦୋଳବେଦି କୋଣରେ କମାର ସେବକମାନେ ଲୁହାକଣ୍ଟା ତିଆରି ଏବଂ କରତି ସେବକମାନେ ଗୟଲ କାଠ ଚିରଟରେ ବ୍ୟସ୍ତ ରହିଛନ୍ତି।

Share