୩ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ବାନ୍ଧିନେଲା ପୋଲିସ

ଭଣ୍ଡାରିପୋଖରୀ,୨୯।୩(ଡି.ଏନ୍‌.ଏ): କରୋନା ସଂକ୍ରମଣକୁ ରୋକିବା ଲାଗି ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରାଯାଇଛି। ଏ ନେଇ ପୋଲିସ ପ୍ରଶାସନ ଯାଞ୍ଚକୁ କଡ଼ାକଡି କରିଛି। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନ ଥାଇ ଘରୁ ବାହାରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏ ଭଳି ସ୍ଥଳେ ଭଣ୍ଡାରିପୋଖରୀ ପୋଲିସ ଶନିବାର ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ୩ ନିୟମ ଉଲ୍ଲଂଘନକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗ୍ରାମର ବସନ୍ତ କୁମାର ମାଝି, ସମରେନ୍ଦ୍ର ଦାସ ରହଣିଆ ବଜ଼ାରଠାରେ ରାତିରେ ତେଜରାତି ଦୋକାନ ଖୋଲି ଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି।
ସେହିପରି ପ୍ରତାପ ନାୟକ ରହଣିଆ ବଜାରକୁ ଆସି ବୁଲୁଥିବା ବେଳେ ତାଙ୍କୁ ଗିରଫ କରାଯାଇଛି। ଥାନାରେ କେସ ନଂ.୬୪/୨୦ରେ ମାମଲା ହୋଇଥିବା ବେଳେ ଏଏସ୍‌ଆଇ ଅନୁରାଗ ମହାନ୍ତି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।