୩ ଶିକାରୀ ଗିରଫ, ୨ ବନ୍ଧୁକ ଜବତ

ଔପଦା,୧୬।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବନବିଭାଗ ତରଫରୁ ଶୁକ୍ରବାର ବିଳମ୍ବିତ ରାତିରେ ୩ଜଣ ଶିକାରୀଙ୍କୁ ଗିରଫ କରାଯିବା ସହିତ ୨ଟି ଗୁଳି ଭର୍ତ୍ତି ବନ୍ଧୁକ ଜବତ କରାଯାଇଛି। ସେମାନେ ହେଲେ ବନ୍ଦସାହି ଗ୍ରାମର ଅଜୟ ନାଇକ (୨୨), ବାଙ୍ଗରୁ ନାଇକ (୨୪), ଦାଢ଼ିଆସାହି ଗ୍ରାମର ସାଗର ସିଂ (୧୮)। ରେଞ୍ଜର ବବିତା ସୋରେନଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟଗାର୍ଡ଼ ବବିତାରାଣୀ ମହାକୁଡ଼ ଓ ସବୁଜ ବାହିନୀ କର୍ମଚାରୀ ଦେବେନ୍ଦ୍ର ରାଉତ, ପର୍ଶୁରାମ ମହାନ୍ତି ଓ ରମାକାନ୍ତ ବାରିକ ସଦଳବଳେ ରାତି ପ୍ରାୟ ୧ଟା ୩୦ମିନିଟ୍‌ରେ କୁଳଡ଼ିହା ଅଭୟାରଣ୍ୟ ବାଘଆମ୍ପୁଡ଼ା ବିଟ୍‌ ହାଉସ ଅଞ୍ଚଳର ଡାହି ଛକରେ ଚଢାଉ କରି ୩ଜଣଙ୍କୁ ଗିରଫ କରିଥିଲେ। ବନବିଭାଗ ତରଫରୁ ମାମଲା (ନଂ. ୪୪/୨୦୧୯-୨୦) ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି।