ନାଗପୁର, ୨୮।୬: ନାଗପୁର ବିଶ୍ୱବିଦ୍ୟାଳୟରେ ବୋର୍ଡ ଅଫ୍ ଷ୍ଟଡିଜ୍ ବୈଠକରେ ସାମିଲ ଥିବା ତିନି ସଦସ୍ୟ ଚା’, କଫି ଏବଂ ଜଳଖିଆ ବିଲ୍ ୧.୫ ଲକ୍ଷ ଟଙ୍କା। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଇତିମଧ୍ୟରେ ମିଟିଂରେ ସାମିଲ ଥିବା ତିନି ସଦସ୍ୟ ୯୯ କପ୍ ଚା’ ଏବଂ ୨୫ କପ୍ କଫି ପିଇଥିବାର ବିଲ୍ରେ ଲେଖା ଅଛି। ଏହି ବିଲ୍ଟି ବିଶ୍ୱବିଦ୍ୟାଳୟର ଭିସିଙ୍କ ପାଖରେ ପହଞ୍ଚିବା ପରେ ସେ ଆଶ୍ଚର୍ଯ୍ୟ ହୋଇ ଯାଞ୍ଚ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମ୍ପକୃ ତିନି ସଦସ୍ୟଙ୍କୁ ଏନେଇ ନୋଟିସ୍ ପଠାଯାଇ ଜବାବ ମଗାଯାଇଛି। ସୂଚନାଯୋଗ୍ୟ, ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମ ଏବଂ ନୂତନ ଶିକ୍ଷା ପ୍ରଣାଳୀ ମୁଦ୍ଦାକୁ ନେଇ ଏକ ବୈଠକ ଡକାଯାଇଥିଲା। ଏହି ବୈଠକରେ ବୋର୍ଡ ଅଫ୍ ଷ୍ଟଡିଜ୍ର ତିନି ସଦସ୍ୟ ଯୋଗଦେଇଥିଲେ।