୩ ସପ୍ତାହରେ ବେଘର ହୋଇଛନ୍ତି ଲକ୍ଷେ ୪୦ ହଜାର ଶିଶୁ

ନ୍ୟୁୟର୍କ,୩।୧: ସିରିଆରେ ଗୃହଯୁଦ୍ଧ ଜାରି ରହିଛି। ଦେଶର ଉତ୍ତର-ପଶ୍ଚିମ ଅଞ୍ଚଳରେ ଲାଗି ରହିଥିବା ଗୃହଯୁଦ୍ଧ ଯୋଗୁ ଗତ ୩ ସପ୍ତାହ ମଧ୍ୟରେ ଲକ୍ଷେ ୪୦ ହଜାର ଶିଶୁ ବେଘର ହୋଇଥିବା ୟୁନିସେଫ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ପ୍ରତିଦିନ ବାଧ୍ୟ ହୋଇ ୪ ହଜାର ୫ଶହ ଶିଶୁ ଘର ଛାଡୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଅଧିକ ଶିଶୁ ଇଦଲିବ୍‌ ଅଞ୍ଚଳରୁ ସୁରକ୍ଷିତ ଅଞ୍ଚଳକୁ ପଳାଇ ଯାଉଥିବା ୟୁନିସେଫ୍‌ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ହେନରିଟା ଫୋରେ ସୂଚନା ଦେଇଛନ୍ତି। ରୁଷିଆ-ସିରିଆ ମଧ୍ୟରେ ଏୟାର ଷ୍ଟ୍ରାଇକ୍‌ ଜାରି ରହିବାରୁ ଗତ ସପ୍ତାହରେ ଇଦଲିବ୍‌ ଅଞ୍ଚଳରୁ ୨ ଲକ୍ଷ ୩୫ ହଜାରରୁ ଅଧିକ ଲୋକ ସୁରକ୍ଷିତ ସ୍ଥାନକୁ ପଳାୟନ କରିଥିବା ୟୁନିସେଫ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Share