ଯେଉଁ ପାହାଡ଼କୁ ଚଢ଼ିବା ସମୟରେ ପ୍ରାୟ ୩୧ଜଣଙ୍କ ମୃତ୍ୟୁ ହୋଇଛି ସେଠାରେ ଜଣେ ୧୦ ବର୍ଷର ଝିଅ ଏହାକୁ ଚଢ଼ିିବାରେ ସଫଳ ହୋଇଛନ୍ତି। ଏଥିସହ ସବୁଠୁ କମ୍ ବୟସରେ ୩ ହଜାର ଫୁଟ୍ ଉଚ୍ଚ ପାହାଡ ଚଢ଼ି ଝିଅଟି ପ୍ରଥମ ପାହାଡ ଚଢ଼ାଳି ଭାବେ ଆଖ୍ୟା ପାଇଛି। ସୂଚନାଯୋଗ୍ୟ, ଆମେରିକାର କାଲିଫର୍ର୍ନିଆର ୟୋଶୋମତି ପାର୍କର ଇଆଇ କେପିଟାନ୍ ପିକ୍ ଉପରେ ନୋଜ ରୁଟ ଦେଇ ପାହାଡ଼ ଚଢ଼ିବା ବହୁ କଷ୍ଟ ହୋଇଥାଏ ବୋଲି କୁହାଯାଏ। କିନ୍ତୁ କଲରାଡୋରେ ରହୁଥିବା ଜଣେ ୧୦ ବର୍ଷର ଝିଅ ସେଲାହ ସ୍କେନେତର ଏହି ନୋଜ ରୁଟ ଦେଇ ପାହାଡ଼ ଚଢ଼ିଛନ୍ତି। ପାହାଡ଼ ଚଢ଼ିବା ସମୟରେ ବହୁ ଭଲ ଅନୁଭବ ରହିଥିଲା ବୋଲି ସେଲାହ କହିଛନ୍ତି। ପ୍ରାୟ ୫ଦିନ ଭିତରେ ସେଲାହ ୩ହଜାର ଫୁଟ ପାହାଡ଼ ଚଢ଼ିବାର ଲକ୍ଷ୍ୟ ପୂରା କରିଥିଲେ। ଆଉ ଏଥିପାଇଁ ତାଙ୍କୁ ସହଯୋଗ କରିବା ଲାଗି ତାଙ୍କ ବାପା ମାଇକ ଓ ସାଙ୍ଗ ମାର୍କ ସାଙ୍ଗରେ ରହିଥିଲେ। ସେଲାହଙ୍କ ବାପା ଜଣେ ଦକ୍ଷ ପର୍ବତାରୋହୀ। ଗତ ବର୍ଷ ୨ ଅନୁଭବୀ ପର୍ବତାରୋହୀଙ୍କ ଏହି ପାହାଡ଼ରେ ମୃତ୍ୟୁ ହୋଇଥିଲା। ଇଆଇ କେପିଟାନ୍ ପାହାଡରେ ୧୯୦୫ ଠାରୁ ଏପର୍ଯ୍ୟନ୍ତ ୩୧ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।