Categories: ଫୁରସତ

୩ ହଜାର ବର୍ଷ ପରେ ମମିରୁ ଆସୁଛି ଅଜବ ଶବ୍ଦ, ଏହା ଶୁଣି ବୈଜ୍ଞାନିକ ଆଶ୍ଚର୍ଯ୍ୟ

ଲଣ୍ଡନ: ଆପଣ ଫିଲ୍ମରେ ଦେଖିଥିବେ ୧୦୦୦ ବର୍ଷର ମମି ପୁଣି ଜିଇଁଉଠି କଥା କହିଥାଏ। ଥରେ ଚିନ୍ତା କଲେ ବାସ୍ତବରେ ଯଦି ଏମିତି ଘଟେ ତେବେ ଅବସ୍ଥା କ’ଣ ହେବ। ନିଶ୍ଚିତ ଭୟରେ ଦେହ ଶୀତେଇ ଉଠିବ। କିନ୍ତୁ ବ୍ରିଟେନ୍‌ରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ଏଠାରେ ହଜାର ହଜାର ବର୍ଷଧରି ସଂରକ୍ଷିତ ରଖାଯାଇଥିବା ଏକ ମମିରୁ ଅଜବ ଶବ୍ଦ ଆସୁଛି। ଯାହାକି ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ କରିଛି। ପରେ ବୈଜ୍ଞାନିକମାନେ ଏହି ଶବ୍ଦ ରେକର୍ଡ କରିଛନ୍ତି।
ବ୍ରିଟେନ୍‌ର ଲିଡ୍‌ସ ସିଟି ମ୍ୟୁଜିୟମ୍‌ରେ ଏକ ମମି ସଂରକ୍ଷିତ ରଖାଯାଇଛି। ଯାହାର ନାମ ନିସିୟାମୁନ୍‌। ୩ ହଜାର ବର୍ଷ ପୁରୁଣା ଏହି ମମି ମିଶର ରାଜା ଫୈରୋ ରାମ୍‌ସେସ୍‌ – ୧୧ଙ୍କ ପୂଜାରୀଙ୍କର।


ଏକ ରିପୋର୍ଟ ଅନୁଯାୟୀ, ଏହି ପୂଜାରୀ ରାଜାଙ୍କୁ ସମସ୍ତ ଖବର ଦେଉଥିଲେ। ଏହାବ୍ୟତୀତ ଧାର୍ମିକ ଗୀତ ଗାଇ ରାଜାଙ୍କୁ ଶୁଣାଉଥିଲେ। ବୈଜ୍ଞାନିକ ଡେଭିଡ୍‌ ହୋଓ୍ବାର୍ଡ କୁହନ୍ତି, ଯେତେବେଳେ ପବନ ହୁଏ ଏହି ମମିରୁ ଅଜବ ଶବ୍ଦ ଆସେ। ଏଥିପାଇଁ ସେ ଏହି ଶବ୍ଦକୁ ରେକର୍ଡ କରି ରଖିଛନ୍ତି। ପ୍ରଥମେ ମମିର ଗଳାର ସିଟି ସ୍କାନ୍‌ କରିଥିଲେ ଏବଂ ଥ୍ରୀଡି ପ୍ରିଣ୍ଟରରେ ଭୋକାଲ କାର୍ଡ ତିଆରି କରିଥିଲେ। ଏହା ପରେ ଜାଣିବାକୁ ପାଇଥିଲେ ମମିରୁ ମିଶର ଦେଶର କଥା ପରି ଶବ୍ଦ ଆସୁଛି। ଏହି ଶବ୍ଦର ରେକର୍ଡିଂ ସୋସିଆଲ ମିଡିଆରେ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ସିଟି ସ୍କାନ୍‌ରେ ଜଣାପଡ଼ିଥିଲା ମମି ଜିଭର କିଛି ଅଂଶ ନ ଥିଲା। କିନ୍ତୁ କାହିଁକି ନାହିଁ ସେ ସମ୍ପର୍କରେ କୌଣସି ତଥ୍ୟ ନାହିଁ।

Share