ବର୍ଲିନ୍,୨୦।୨: ଜୀବନ୍ତ ମଣିଷ କଣ୍ଠରୁ ଶବ୍ଦ ସୃଷ୍ଟି ହୋଇଥାଏ। ତେବେ ଏବେ କିଛି ଗବେଷକ ୩ ହଜାର ବର୍ଷ ତଳର ଇଜିପ୍ଟର ଏକ ମମି କଣ୍ଠରୁ ପୁଣି ଥରେ ଶବ୍ଦ ସୃଷ୍ଟି କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହି ମମି ତତ୍କାଳୀନ ପୂଜକ ନେସ୍ୟାମୁନ୍ଙ୍କ ବୋଲି କୁହାଯାଉଛି। ମମିର ଭୋକାଲ କର୍ଡର ସ୍କାନ୍ କରାଯିବା ସହିତ ଏହାର ଥ୍ରୀ-ଡି ପ୍ରିଣ୍ଟିଂ କରାଯିବା ପରେ ଏକ ଇଲୋକ୍ଟ୍ରନିକ୍ସ୍ କଣ୍ଠ ପ୍ରସ୍ତୁତ କରାଯାଇଛି। ଏଥିରୁ ପୂଜକଙ୍କ କଣ୍ଠ ଶବ୍ଦ ଗୁଣୁଗୁଣୁ ହୋଇ ଅସ୍ପଷ୍ଟ ଭାବେ ଶୁଣାଯାଉଛି। ଆଗାମୀ ଦିନରେ ଏହା ଉପରେ ଅଧିକ ପରୀକ୍ଷା ନିରୀକ୍ଷା କରାଯାଇ ସ୍ପଷ୍ଟ ଶବ୍ଦ ସୃଷ୍ଟି କରାଯିବାର ପ୍ରୟାସ ହେବ ବୋଲି ଲଣ୍ଡନର ରୟାଲ ହୋଲେଓ୍ବେ କଲେଜର ପ୍ରଫେସର ଡେଭିଡ୍ ଏମ୍. ହୋଓ୍ବାର୍ଡ ସୂଚନା ଦେଇଛନ୍ତି। ଜର୍ମାନୀର ଓ୍ବେର୍ଜବୁର୍ଗ ବିଶ୍ୱବିଦ୍ୟାଳୟର କାନ, ନାକ ଏବଂ ଗଳା ବିଶେଷଜ୍ଞ ରୁଡୋଲ୍ଫ ହାଜେନ୍ ମମିର କଣ୍ଠ ପୁଣିଥରେ ତିଆରି କରିବା ଲାଗି ଗବେଷଣା ଜାରି ରଖିଛନ୍ତି।