୩ ହଜାର ୬ ଶହ ବର୍ଷ ତଳେ ବ୍ୟବହୃତ ହେଉଥିଲା ସିଙ୍ଗଲ୍‌ ୟୁଜଡ୍‌ ମାଟିପାତ୍ର: କରାଯାଉଥିଲା ମଦ୍ୟପାନ

ଲଣ୍ଡନ,୧୭।୧୨: ଲଣ୍ଡନ ମ୍ୟୁଜିୟମ୍‌ରେ ୩ ହଜାର ୬ ଶହ ବର୍ଷ ପୁରୁଣା ଏକ ଅଧାଭଙ୍ଗା ମାଟିପାତ୍ର ରହିଛି। ଏହା ଖ୍ରୀଷ୍ଟପୂର୍ବ ୨୭୦୦ରୁ ୧୪୫୦ ମଧ୍ୟରେ ନିର୍ମାଣ କରାଯାଇଥିବା କୁହାଯାଉଛି। ଏଭଳି ମାଟିପାତ୍ର ଗ୍ରୀସ୍‌ର ମିନୋଅନ ସଭ୍ୟତା ସମୟରେ କ୍ରେତେ ଦ୍ୱୀପରେ ଲୋକେ ବହୁଳ ବ୍ୟବହାର କରୁଥିଲେ। ଏହାକୁ ମୁଖ୍ୟତଃ ମଦ୍ୟପାନ କରିବା ପାଇଁ ବ୍ୟବହାର କରାଯାଉଥିଲା। ସେତେବେଳେ ଲୋକଙ୍କ ମଧ୍ୟରେ ଆଭିଜାତ୍ୟ ଭାବନା ଅଧିକ ଥିଲା। ତେଣୁ ମଦ୍ୟପାନ ପରେ ଏଭଳି ମାଟିପାତ୍ରକୁ କେହି ଧୋଉ ନ ଥିଲେ। ଥରେ ମଦ୍ୟପାନ କରିବା ପରେ ଏହାକୁ ଫିଙ୍ଗି ଦିଆଯାଉଥିଲା। ଏଭଳି ସିଙ୍ଗଲ୍‌ ୟୁଜଡ୍‌ ମାଟିପାତ୍ର ପୁରାତନ ଗ୍ରୀସ୍‌ ସଭ୍ୟତାରେ ଲୋକଙ୍କ ମଧ୍ୟରେ ପରିବେଶ ସଂରକ୍ଷଣ ପ୍ରତି ଥିବା ଭାବନାକୁ ଦର୍ଶାଉଛି ବୋଲି ଲଣ୍ଡନ ମ୍ୟୁଜିୟମ୍‌ ପକ୍ଷରୁ କୁହାଯାଇଛି।

Share