Categories: ବାଣିଜ୍ୟ

୩.୨୬ ଲକ୍ଷ କୋଟିର କେନ୍ଦ୍ରୀୟ ଜିଏସ୍‌ଟି ଆଦାୟ

ନୂଆଦିଲ୍ଲୀ,୨୬।୧୧: ୨୦୧୯-୨୦ ଆର୍ଥତ୍କ ବର୍ଷ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ୩.୨୬ ଲକ୍ଷ କୋଟି ଟଙ୍କାର ସେଣ୍ଟ୍ରାଲ ଜିଏସ୍‌ଟି ବା କେନ୍ଦ୍ରୀୟ ଜିଏସ୍‌ଟି କରିବାକୁ ସରକାର ସକ୍ଷମ ହୋଇଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ ୬.୬୩ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି ସଂଗ୍ରହ ଲାଗି ସରକାର ବଜେଟରେ ଲକ୍ଷ୍ୟ ରଖିଛନ୍ତି। ଜିଏସ୍‌ଟି ସଂଗ୍ରହ କମିଛି କିମ୍ବା ବଢିଛି ଆର୍ଥତ୍କ ବର୍ଷ ଶେଷ ହେବା ପରେ ହିସାବରୁ ଜଣାପଡିବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଚଳିତ ବର୍ଷ ୧୩.୩୫ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ସଂଗ୍ରହ ନେଇ ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ଏପ୍ରିଲରୁ ଅକ୍ଟୋବର ସମୟ ମଧ୍ୟରେ ୫.୧୮ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ସଂଗ୍ରହ ହୋଇଛି।

Share