Categories: ବାଣିଜ୍ୟ

୩.୩୮ ଲକ୍ଷରୁ ଉର୍ଦ୍ଧ୍ୱ କମ୍ପାନୀଙ୍କ ପଞ୍ଜୀକରଣ ରଦ୍ଦ

ନୂଆଦିଲ୍ଲୀ, ୩-୧୨: ଗତ ୨ ଆର୍ଥତ୍କ ବର୍ଷରେ ସରକାର ୩.୩୮ ଲକ୍ଷ କମ୍ପାନୀଙ୍କ ପଞ୍ଜୀକରଣ ରଦ୍ଦ କରିବା ସହ ସରକାରୀ ରେକର୍ଡରୁ ହଟାଇଛନ୍ତି। ଏହି କମ୍ପାନୀଗୁଡିକ ୨ ଆର୍ଥତ୍କ ବର୍ଷଧରି ବାର୍ଷିକ ରିଟର୍ନ ଫାଇଲ କରିବାକୁ ସକ୍ଷମ ନ ହେବା ଯୋଗୁ କେନ୍ଦ୍ର କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି। ଯେଉଁ କମ୍ପାନୀଗୁଡିକ ବିଭିନ୍ନ ସମୟରେ ରିଟର୍ନ ଫାଇଲ କରିବାକୁ ସକ୍ଷମ ହେଉ ନାହାନ୍ତି ସେମାନଙ୍କ ବିରୋଧରେ ରେଜିଷ୍ଟ୍ରାର ଅଫ୍‌ କମ୍ପାନୀଜ କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡିଛି।

Share