୪ଜଣଙ୍କୁ ବଞ୍ଚାଇଥିବା ଟ୍ରାଫିକ୍‌ କନ୍‌ଷ୍ଟେବଳ ପୁରସ୍କୃତ

ଭୁବନେଶ୍ୱର,୫ା୧୨(ବ୍ୟୁରୋ): ୪ଜଣଙ୍କ ଜୀବନ ବଞ୍ଚାଇଥିବା ଜଣେ ଟ୍ରାଫିକ କନ୍‌ଷ୍ଟେବଳଙ୍କୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପୁରସ୍କୃତ କରିଛନ୍ତି। କନ୍‌ଷ୍ଟେବଳ ଜଣକ ହେଲେ ଲଳିତ ମୋହନ ରାଉତ। ଗତ ୩୦ ତାରିଖ ରାତି ସାଢେ ୮ଟାବେଳେ ଲଳିତ କଟକ ଶିଖରପୁର ଟ୍ରାଫିକ ପୋଷ୍ଟରେ ଡ୍ୟୁଟି କରୁଥିଲେ। ଜଗତପୁର ଆଡୁ ଏକ ଟ୍ରକ ଦ୍ରୁତ ଗତିରେ ଓଏମ୍‌ପି ଛକ ଆଡକୁ ଆସୁଥିଲା। ଏହି ସମୟରେ ୨ ବାଇକରେ ୪ଜଣ ବ୍ୟକ୍ତି ବେପରୁଆ ଭାବେ ରାସ୍ତା ପାର ହେଉଥିଲେ। ଲଳିତ ଏହାଦେଖି ତୁରନ୍ତ ଟ୍ରାଫିକ ପୋଷ୍ଟରୁ ଦୌଡ଼ି ଯାଇ ଟ୍ରକ୍‌ ସାମ୍ନାରୁ ସେମାନଙ୍କୁ ଗାଡ଼ି ସହ ରସ୍ତା ପାର୍ଶ୍ୱକୁ ଟାଟି ନେଇଯାଇଥିଲେ। ତାଙ୍କର ଉପସ୍ଥିତ ବୁଦ୍ଧି ଓ ସାହସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଥିଲା।

Share