୪ଦଫା ଦାବି ନେଇ ବିଡିଓଙ୍କୁ ସ୍ମାରକପତ୍ର

ନିଶ୍ଚିନ୍ତକୋଇଲି,୯।୬(ସ୍ବ.ପ୍ର.): ୪ଦଫା ଦାବିରେ ମଙ୍ଗଳବାର କଟକ ଜିଲା ନିଶ୍ଚିନ୍ତକୋଇଲି ବିଶ୍ୱନିରାମୟ ନିର୍ମାଣ ଓ ଅନ୍ୟାନ୍ୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଏକ ସ୍ମାରକ ପତ୍ର ବିଡିଓ କର୍ଣ୍ଣଦେବ ସମାଦ୍ଧାରଙ୍କୁ ପ୍ରଦାନ କରାଯାଇଛି। ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ନେଇ ଏହି ଦାବିପତ୍ର ପ୍ରଦାନ ହୋଇଛି। ସେକ୍‌ ଅମ୍‌ଜାତ ଅଲ୍ଲୀଙ୍କ ନେତୃତ୍ୟରେ ଶ୍ରମିକ ନେତାମାନେ ଏକ ଶୋଭାଯାତ୍ରାରେ ଯାଇ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶ୍ରମିକମାନଙ୍କୁ ୧,୫୦୦ ଟଙ୍କା ପ୍ରଦାନ, ପକ୍କାଘର ଯୋଜନାରେ ସହାୟତା ପ୍ରଦାନ, ଦୈନିକ ଶ୍ରମ ସମୟ ଆଦି ଦାବି ରହିଥିଲା। ଏଥିରେ ଶ୍ରମିକ ନେତା ତୈଲକ୍ୟ ନାଥ, ହରିହର ମହାନ୍ତି, ରାଜକିଶୋର ମଲ୍ଲିକ, କଣ୍ଡୁରୀ ପାତ୍ର ପ୍ରମୁଖ ଯୋଗଦେଇଥିଲେ।

Share