ରିଆମାଳ, ୨୫ା୧୨ (ଡି.ଏନ.ଏ.):ଦେବଗଡ଼ ଜିଲା ରିଆମାଳ ଥାନା ଅଞ୍ଚଳରେ ମଙ୍ଗଳବାର ଜଣେ ୪ବର୍ଷର ଶିଶୁକନ୍ୟାକୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ୨ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଚରା କରୁଛି। ସୂଚନା ଅନୁସାରେ, ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଗଁା ଦାଣ୍ଡରେ ଉକ୍ତ ଶିଶୁ କନ୍ୟା ଜଣକ ଖେଳୁଥିଲେ। ଏହି ସମୟରେ ଦୁଇଜଣ ଯୁବକ ତାଙ୍କୁ ଟେକି ନେଇ ବଳାତ୍କାର କରି ଛାଡି ଦେଇଥିଲେ। ଶିଶୁକନ୍ୟା ଜଣକ ଘରକୁ ଫେରି ଘଟଣା ସଂକ୍ରାନ୍ତରେ ତାଙ୍କ ମା’ଙ୍କୁ ଜଣାଇଥିଲେ। ତାଙ୍କ ମା’ ରିଆମାଳ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।