୪ରେ ପୁରୀ ଆସିବେ ରାଷ୍ଟ୍ରପତି

ପୁରୀ,୨୫ା୧୧(ଅଜିତ କୁମାର ମହାନ୍ତି): ଆସନ୍ତା ଡିସେମ୍ବର ୪ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ଗସ୍ତରେ ଆସିବେ। ରାଷ୍ଟ୍ରପତି ପୁରୀ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ହେବାକୁ ଥିବା ଭାରତୀୟ ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏଥିସହ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବେ। ପରେ ରାଷ୍ଟ୍ରପତି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଓ୍ବାଇ.ବି. ଖୁରାନିଆ ରବିବାର ପୁରୀ ଆସି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ବୈଠକ କରିଛନ୍ତି। ପୋଲିସ ମହାନିର୍ଦ୍ଦେଶକ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସମଙ୍ଗ ପାର୍କିଂ, ବ୍ଲୁ ଫ୍ଲାଗ ବିଚ୍‌, ରାଜଭବନ ଓ ବେଳାଭୂମି ଯାଇ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ପରେ ସେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏସ୍‌ପିଙ୍କ କାର୍ଯ୍ୟାଳୟରେ ବୈଠକ କରିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଡିଜିପି ଖୁରାନିଆ କହିଛନ୍ତି। ସୁରକ୍ଷା ଦାୟିତ୍ୱରେ ସମୁଦାୟ ୮୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୩୦୦ ବରିଷ୍ଠ ଅଧିକାରୀ ମୁତୟନ ହେବେ। ଭୁବନେଶ୍ୱରଠାରୁ ପୁରୀ ଏବଂ ସମ୍ପୂର୍ଣ୍ଣ ପୁରୀ ସହରରେ ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି। ସେହିପରି ଭିଆଇପି ଏବଂ ଭିଭିଆଇପିଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି ଡିଜିପି କହିଛନ୍ତି। ନୌସେନା ଦିବସ ଅବସରରେ ୨୫ଟି ଜାହାଜ ସହ ୪୦ଟି ଏୟାରକ୍ରାଫ୍ଟ ଶୋ ଦେଖିବାର ସୁଯୋଗ ପାଇବେ ଦର୍ଶକ। ତେଣୁ ଦର୍ଶକ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ମଧ୍ୟ ପୋଲିସ ପ୍ରଶାସନ ଗୁରୁତ୍ୱ ଦେଉଛି ବୋଲି ଡିଜିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ଧାରରେ ବୁଲୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୨୫ା୧୧ (ଅରୁଣ ସାହୁ): ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍‌ ପରିଚିତ। ଏଠାରେ ଏକାଧିକ ପର୍ଯ୍ୟଟନକ୍ଷେତ୍ର ଭାବେ ମିଡ଼ିୟୁବାନ୍ଦା ଜଳପ୍ରପାତ...

ଧାରଣାରେ ମହିଳା କଣ୍ଡକ୍ଟର, ମୁଖ୍ୟମନ୍ତ୍ରୀ ବସ୍‌ସେବା ଠପ୍‌

ପାଟଣା,୨୫ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ବସ୍‌ସେବା ସୋମବାର ସକାଳୁ ଠପ୍‌ ହୋଇଛି। ୩ ଦଫା ଦାବି ନେଇ ପାଟଣା ବ୍ଲକ...

ପୋଲ ଉପରେ ଝୁଲିକି ରହିଛି ମେଲୋଡ଼ି ପାର୍ଟି ଗାଡ଼ି

ବଲାଙ୍ଗୀର,୨୫ା୧୧(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼ର ପୋଡ଼ଛାପର ଗାଁ ନିକଟରେ ଏକ ମେଲୋଡ଼ି ପାର୍ଟି ଗାଡ଼ି(ମିନିଟ୍ରକ୍‌)ସୋମବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିଟି ଭାରସାମ୍ୟ ହରାଇ ଏକ ପୋଲ...

ପିଲାଙ୍କୁ ମିଳୁନି ଧନ୍ଦାମୂଳକ ଶିକ୍ଷା ପ୍ରଶିକ୍ଷଣ

କେନ୍ଦ୍ରାପଡ଼ା,୨୫ା୧୧(ଜଗନ୍ନାଥ ଧଳ): ମାଧ୍ୟମିକସ୍ତରରେ ଗୁଣାତ୍ମକ ଶିକ୍ଷାର ବିକାଶ ଓ ଡ୍ରପ୍‌ଆଉଟ ରୋକିବା ପାଇଁ ରାଜ୍ୟର ସମସ୍ତ ସ୍କୁଲରେ ଧନ୍ଦାମୂଳକ ଶିକ୍ଷା ପ୍ରଚଳିତ ହେବ ବୋଲି ୨୦୧୬ରେ...

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଯବାନଙ୍କ ପାଦ ଛିଣ୍ଡିଲା

ମାଲକାନଗିରି,୨୪ା୧୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକମା ଜିଲାରେ ଯବାନମାନେ କୋମ୍ବିଂ ସମୟରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଜଣେ ଯବାନଙ୍କ ପାଦ ଛିଣ୍ଡି ଗୋଡ଼ରୁ ଅଲଗା ହୋଇଯାଇଛି। ସେ ହେଲେ...

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର,୨୪ା୧୧: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ । ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ତଦନ୍ତ ପାଇଁ DSPଙ୍କ ନେତୃତ୍ୱରେ...

ଘରେ ପଶି ଦେଇଥିଲେ ହତ୍ୟା ଧମକ: ପଡ଼ିଲା ମହଙ୍ଗା

ଆସିକା,୨୪ା୧୧(ସୁରେନ୍ଦ୍ର ନାଥ ସାହୁ): ଆସିକା ଏନଏସିର ଗଣ୍ଡପୋଲି ଗ୍ରାମରେ ଶନିବାର ରାତିରେ ତାଲା ଭାଙ୍ଗି କୋଠ ଘରେ ପଶିବା ଓ ହତ୍ୟା ଧମକ ଦେଇଥିବା ଅଭିଯୋଗରେ...

ସଶକ୍ତ ଓଡ଼ିଶା ଗଠନରେ ସହାୟକ ହେବେ ସୁଭଦ୍ରା ଯୋଜନା ହିତାଧିକାରୀ: ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼,୨୪।୧୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ନିକଟସ୍ଥ ପଡିଆଠାରେ ଆୟୋଜିତ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଯୋଗ ଦେଇ ସୁଭଦ୍ରା ଯୋଜନାର ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri