୪ରେ ଶ୍ରୀକ୍ଷେତ୍ର ଆସିବେ ଶତାଧିକ ପାକିସ୍ତାନୀ ହିନ୍ଦୁ: ମହାପ୍ରଭୁଙ୍କ ଦର୍ଶନ ସହ ସମୁଦ୍ର ସ୍ନାନ କରିବେ

ପୁରୀ ଅଫିସ,୩ା୧: ପାକିସ୍ତାନରେ ରହୁଥିବା ପ୍ରାୟ ଶହେରୁ ଊର୍ଦ୍ଧ୍ୱ ହିନ୍ଦୁ ପୁରୀ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ସେମାନେ ମହୋଦଧି ସ୍ନାନ କରିବା ସହ ବିଭିନ୍ନ ତୀର୍ଥସ୍ଥଳ ମଧ୍ୟ ପରିଦର୍ଶନରେ ଯିବେ। ଓଡ଼ିଶା ଇଣ୍ଟରନ୍ୟାଶନାଲ ସେଣ୍ଟର (ଓଆଇସି)ର ସଭାପତି ପରେଶ ନାୟକ ଗୁରୁବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶତାଧିକ ହିନ୍ଦୁ ଗତ ୨୭ତାରିଖରେ ପୁରୀ ଅଭିମୁଖେ ପାକିସ୍ତାନରୁ ବାହାରିଛନ୍ତି। ସେମାନେ ମଥୁରା ଦେଇ ଆଗାମୀ ୪ତାରିଖରେ ଶ୍ରୀକ୍ଷେତ୍ରରେ ଆସି ପହଞ୍ଚତ୍ବେ। ସେହି ଦିନ ଅପରାହ୍ନରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବେ। ୫ତାରିଖ ପୂର୍ବାହ୍ନରେ ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଗତ କିଛିବର୍ଷ ହେଲା ଓଆଇସି ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରାଇବା ଲାଗି ପାକିସ୍ତାନରେ ବସବାସ କରୁଥିବା ହିନ୍ଦୁଙ୍କୁ ନିମନ୍ତ୍ରଣ କରାଯାଇଆସୁଛି ବୋଲି ନାୟକ ପ୍ରକାଶ କରିଛନ୍ତି।

Share