Categories: ଜାତୀୟ

୪ଶହ ରେଲଓ୍ବେ ଷ୍ଟେଶନରେ ବ୍ୟବହାର ହେବ ମାଟି ଚା’ର ପାତ୍ର

ନୂଆଦିଲ୍ଲୀ,୩।୧୦: ସିଙ୍ଗଲ-ୟୁଜ ପ୍ଲାଷ୍ଟିକ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବାକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆହ୍ବାନ ଦେଇଛନ୍ତି। ଗୁରୁବାର ଶାହ କହିଛନ୍ତି ଏଣିକି ୪ ଶହ ରେଲଓ୍ବେ ଷ୍ଟେଶନରେ ମାଟି ଚା’ର ପାତ୍ର ବ୍ୟବହାର କରାଯିବ। ଶାହ ଟୁଇଟ୍‌ କରି କହିଛନ୍ତି ଏହାଦ୍ୱାରା କେବଳ ଯେ ପରିବେଶ ସୁରକ୍ଷା ହୋଇ ପାରିବ ତାହା ନୁହେଁ ବରଂ ଅନେକ ଲୋକଙ୍କୁ ରୋଜଗାରର ସୁବିଧା ମିଳିପାରିବ। ନୂଆଦିଲ୍ଲୀରୁ କାତ୍ରା ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବା ଅବସରରେ ଶାହ ଏହା କହିଛନ୍ତି।

Share