୪ଶହ ଲିଟର ରନ୍ଧାମଦ ଜବତ, ୭ ଗିରଫ

ଧରାକୋଟ,୮ା୧୨(ଡି.ଏନ.ଏ.)- ଧରାକୋଟ ଥାନା ଗମୋହନ ପଞ୍ଚାୟତ ଚମ୍ପାପଲ୍ଲୀ ଗ୍ରାମରେ ପୋଲିସ ଶନିବାର ସକାଳୁ ଚଢ଼ାଉ କରି ୪ ଶହ ଲିଟର ଦେଶୀ ରନ୍ଧାମଦ ଜବତ କରିବା ସହ ୭ଜଣଙ୍କୁ ଗିରଫ କରିଛି। ଏଥିସହ ୮ ହଜାର ଲିଟର ପୋଚ ନଷ୍ଟ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଚମ୍ପାପଲ୍ଲୀ ଗ୍ରାରମ ହୃଷିକେଶ ନାଇକ, ଦିବାକର ନାଇକ, ସୁନୀଲ ନାଇକ, ନାରାୟଣ ନାଇକ, ଚକା ନୟନ ନାଇକ, ଚନ୍ଦନ ନାଇକ, ସନ୍ତୋଷ ନାଇକ। ନଂ.୧୮୦, ୧୮୧, ୧୮୨, ୧୮୩, ୧୮୪, ୧୮୫, ୧୮୬/୨୦୧୯ରେ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ପ୍ରକାଶ ଯେ, ଶନିବାର ଭୋରରେ ଚମ୍ପାପଲ୍ଲୀ ଗ୍ରାମ ତଥା ଏହାର ଆଖପାଖ ଅଞ୍ଚଳରେ ମଦ ରନ୍ଧା ଯାଉଥିବାବେଳେ ସୂଚନା ପାଇ ଧରାକୋଟ ଥାନାଧିକାରୀ ସହଦେବ ମହାପାତ୍ର ସଦଳବଳ ଚଢ଼ାଉ କରିଥିଲେ।