୪ଶହ ସୁନା ମୁଦି ବାଣ୍ଟିଲେ ସାଉଥ୍‌ ସୁପରଷ୍ଟାର

ଚେନ୍ନାଇ: ସାଉଥ୍‌ ସୁପରଷ୍ଟାର ବିଜୟ ଥାଲାପତି ଏବେ ତାଙ୍କ ଅପ୍‌ କମିଂ ଫିଲ୍ମ ‘ବିଗିଲ’ ପାଇଁ ବ୍ୟସ୍ତ ଅଛନ୍ତି। ନିକଟରେ ଫିଲ୍ମର ଶୁଟିଂ ସରିଥିବା ବେଳେ ବିଜୟ ପ୍ରାୟ ୪ ଶହ ସୁନା ମୁଦି ବାଣ୍ଟିଥିବା ଜଣାପଡିଛି। ଫିଲ୍ମରେ ଥିବା ସମସ୍ତ ସଦସ୍ୟଙ୍କୁ ସେ ଏହି ବିଶେଷ ଧରଣର ମୁଦି ବାଣ୍ଟିଥିବା କୁହାଯାଉଛି। କାରଣ ଏହା ଉପରେ ‘ବିଗିଲ’ ବୋଲି ଲେଖାଯାଇଛି। ଏହି ମୁଦିର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫିଲ୍ମର ଟିମ୍‌ ମେମ୍ବର ଏହି ମୁଦିର ଫଟୋକୁ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିବା ସହ ଥାପାଲିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ‘ବିଗିଲ’ର କ୍ରିଏଟିଭ୍‌ ପ୍ରଡ୍ୟୁସର ଅର୍ଚ୍ଚନା ଏହି ଫଟୋ ସହ ଲେଖିଛନ୍ତି ‘ବିଗିଲ’ର ପୁରା ଟିମ୍‌ ଫିଲ୍ମ ପାଇଁ ବହୁ ପରିଶ୍ରମ କରିଛନ୍ତି। ଆଉ ଏହି ବିଶେଷ ଉପହାର ସେମାନଙ୍କ ପାଇଁ ବିଶେଷ ମହତ୍ୱ ରଖେ। ସୂଚନା ମୁତାବକ ବିଜୟଙ୍କ ଅଭିନୀତ ଏହି ଫିଲ୍ମ ଏକ ଆକ୍ସନ୍‌ ଥ୍ରିଲର ସ୍ପୋର୍ଟସ୍‌ ଫିଲ୍ମ। ଏଥିରେ ବିଜୟ ଡବଲ ରୋଲରେ ଆସୁଥିବା ବେଳେ ନାୟିକା ନୟନତରାଙ୍କୁ ଦେଖିବାକୁ ମିଳିବ। ଆସନ୍ତା ଅକ୍ଟୋବର ୨୭ରେ ଏହା ରିଲିଜ୍‌ ହେବ।

Share