Categories: ଖେଳ

୪୦୦ ରନ୍‌ ରେକର୍ଡ କେବଳ ଏହି ଦୁଇ ଭାରତୀୟ କ୍ରିକେଟର ଭାଙ୍ଗିପାରିବେ: ବ୍ରାଏନ୍‌ ଲାରା

ଓ୍ବେଷ୍ଟଇଣ୍ଡିଜର ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଲାରା ୨୦୦୩ରେ ଆଣ୍ଟିଗୁଆରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ସ୍କୋର କରିବାର ରେକର୍ଡ ହାସଲ କରିଥିଲେ। ସେ ଇଂଲଣ୍ଡ ବିପକ୍ଷରେ ୪୦୦ରନର ପାଳି ଖେଳିଥିଲେ। ଏହି ରେକର୍ଡ ଆଜି ବି କାଏମ୍‌ ରହିଛି। ଲାରା ନିଜର ଏହି ରେକର୍ଡକୁ ନେଇ ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ମୋର ଏହି ରେକର୍ଡକୁ କେବଳ ଦୁଇ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାଙ୍ଗିପାରିବେ। ସେମାନେ ହେଲେ ରୋହିତ ଶର୍ମା ଏବଂ ପୃଥ୍ବୀ ଶ’। ନିକଟରେ ପାକିସ୍ତାନ ବିପକ୍ଷ ଟେଷ୍ଟରେ ୩୩୫ ରନ୍‌ର ପାଳି ଖେଳିଥିବା ଡେଭିଡ ଓ୍ବାର୍ଣ୍ଣର ମଧ୍ୟ କହିଥିଲେ, ରୋହିତ ଶର୍ମା ହିଁ ଦିନେ ବ୍ରାଏନ ଲାରାଙ୍କ ରେକର୍ଡ ଭାଙ୍ଗିପାରିବେ।

Share