Categories: ଖେଳ

୪୦ କର୍ମଚାରୀଙ୍କୁ ଛଟେଇ କଲା କ୍ରିକେଟ ଅଷ୍ଟ୍ରେଲିଆ

ମେଲବୋର୍ନ, ୧୮।୬(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ କ୍ରିକେଟ ଅଷ୍ଟ୍ରେଲିଆ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏଥିରୁ ରକ୍ଷା ପାଇବା ପାଇଁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଏହାର ୪୦ ଜଣ କର୍ମଚାରୀଙ୍କୁ ହଟାଇଛି। ତେବେ ଏହି ପ୍ରକ୍ରିୟାରେ ସବୁଠାରୁ କ୍ଷତିଗ୍ରସ୍ତ ହୋଇଛନ୍ତି ପୂର୍ବତନ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଗ୍ରେମ୍‌ ହିକ୍‌। ହିକ୍‌ଙ୍କୁ ବ୍ୟାଟିଂ କୋଚ୍‌ ପଦରୁ ହଟାଇବାକୁ ସିଏ ନିଷ୍ପତ୍ତି ନେଇଛି। ଏନେଇ ସୂଚନା ଦେଇଛନ୍ତି ଅଷ୍ଟ୍ରେଲିଆ ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର। ଖର୍ଚ୍ଚ କମାଇବା ପାଇଁ ଆମେ ଏହି କଷ୍ଟକର ନିଷ୍ପତ୍ତି ନେଇଛୁ। ଏଥିରେ ହିକ୍‌ଙ୍କର କୌଣସ ଦୋଷ କିମ୍ବା ଦୁର୍ବଳତା ନାହିଁ ବୋଲି ଲାଙ୍ଗର ସ୍ପଷ୍ଟ କରିଛନ୍ତି। କ୍ରିକେଟକୁ ବଞ୍ଚାଇ ରଖିବା ଓ ଏହାର ଉନ୍ନତି ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ସିଏ ସିନିୟର ମ୍ୟାନେଜମେଣ୍ଟ ଗ୍ରୁପ୍‌ର ଅଧିକାରୀଙ୍କ ବୋନସ୍‌କୁ ମଧ୍ୟ ବାଦ୍‌ ଦେଇଛି। ୪୦ ଜଣ କର୍ମଚାରୀଙ୍କୁ ମଧ୍ୟ ଛଟେଇ କରାଯାଇଛି। ଗତ ଏପ୍ରିଲ୍‌ରେ ସିଏ ତା’ର ମୁଖ୍ୟ କାର୍ଯ୍ୟାଳୟରେ ୮୦ ପ୍ରତିଶତ କର୍ମଚାରୀଙ୍କ ପାଉଣା କିଛିଦିନ ପାଇଁ ୨୦ ପ୍ରତିଶତ କମ୍‌ କରିଥିଲା।

Share