୪୦ ଟଙ୍କାରେ ପିଆଜ ବିକିଲା କଂଗ୍ରେସ

ପାଟଣା,୩।୧୨(ସ୍ବ.ପ୍ର.): ଓଡ଼ିଶାରେ ପିଆଜ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ କେନ୍ଦୁଝର ଜିଲା ପାଟଣାବ୍ଲକ କଂଗ୍ରେସ ପକ୍ଷରୁ ମଙ୍ଗଳବାର ରାଜନଗରଠାରେ ପିଆଜ କିଲୋ ପ୍ରତି ୪୦ ଟଙ୍କା ଦରରେ ଖାଉଟିମାନଙ୍କୁ ଯୋଗାଇ ଦିଆଯାଇଛି। ଗ୍ରାହକଙ୍କୁ ମୁଣ୍ଡ ପିଛା ମାତ୍ର ୨୫୦ ଗ୍ରାମ ଲେଖା ପିଆଜ ଯୋଗାଇ ଦିଆଯାଉଛି। ଜିଲା କଂଗ୍ରେସ କମିଟି ସଭ୍ୟ ଶତ୍ରୁଘ୍ନ ସିଂ ଓ ବରିଷ୍ଠ ନେତା ବସନ୍ତ ମିଶ୍ରଙ୍କ ନେତୃତ୍ୱରେ ରାଜନଗରଠାରେ ଅସ୍ଥାୟୀ ଭାବେ ପିଆଜ ଦୋକାନ ଖୋଲାଯାଇଛି। ପିଆଜ ବିକ୍ରି କେନ୍ଦ୍ର ପିସିସିର ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ଜାରି ରହିବ ବୋଲି କଂଗ୍ରେସ କହିଛି। ପିଆଜ ଦର ଖୋଲା ବଜାରରେ କିଲୋ ପିଛା ୮୦ରୁ ୧୦୦ଟଙ୍କାରେ ବିକ୍ରି ହେଉଥିବାରୁ କଂଗ୍ରେସ ପକ୍ଷରୁ ଏଭଳି ଅଭିନବ ଢଙ୍ଗରେ ଆଜି ପ୍ରତିବାଦ ଦେଖିବାକୁ ମିଳିଛି। ପିଆଜ ଦର ଧନୀ, ଗରିବ, ମଧ୍ୟବିତ୍ତଙ୍କୁ ଊଣା ଅଧିକେ ପ୍ରଭାବିତ କରିଛି। ପିଆଜ କମ୍‌ ଦାମରେ ମିଳୁଥିବାରୁ ଗ୍ରାହକଙ୍କ ମଧ୍ୟରେ ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହୋଇଛି।

Share