୪୦ ଟଙ୍କାରେ ପିଆଜ ବିକିଲା କଂଗ୍ରେସ

ଭୁବନେଶ୍ୱର, ୨।୧୨(ବ୍ୟୁରୋ): ପିଆଜ ଦରକୁ ନେଇ ସାରା ଦେଶରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସର୍ବକାଳୀନ ରେକର୍ଡ ଭଙ୍ଗ କରି ଅନେକ ରାଜ୍ୟରେ ପିଆଜ କିଲୋ ପ୍ରତି ୮୦ରୁ ୧୨୦ ଟଙ୍କାରେ ପହଞ୍ଚିଛି। ତେଣୁ ପିଆଜ ମୂଲ୍ୟ ବୃଦ୍ଧିକୁ ରୋକିବା ପାଇଁ ସରକାର ସବୁ ଉଦ୍ୟମ ବିଫଳ ହୋଇଛି। ବିରୋଧୀ କଂଗ୍ରେସ ଅଭିନବ ଢଙ୍ଗରେ ପିଆଜ ବୃଦ୍ଧିର ପ୍ରତିବାଦ କରିଛି। ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଗ୍ରାହକଙ୍କୁ କିଲୋ ପିଛା ୪୦ ଟଙ୍କାରେ ପିଆଜ ବିକିଛି କଂଗ୍ରେସ। ପିଆଜ ଅଢେଇଶ ଗ୍ରାମକୁ ୧୦ କହି ଗ୍ରାହକଙ୍କୁ ଦଳ ବିକି ଥିଲା।

Share