୪୦ ଡିଗ୍ରୀ ଛୁଇଁବ ପାରଦ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ରାଜ୍ୟରେ ତାତି ବଢି ଚାଲିଛି। । ଆସନ୍ତା ସପ୍ତାହ ମଧ୍ୟରେ ପାରଦ ୪୦ ଡିଗ୍ରୀ ସେଲସିୟସକୁ ଛୁଇଁବ। ବଲାଙ୍ଗୀର, ଟିଟିଲାଗଡ, ସୋନପୁର, ସମ୍ବଲପୁର, ଝାରସୁଗୁଡା ଆଦି ଜିଲାରେ ସର୍ବୋଚ୍ଚ ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ। ଏପ୍ରିଲ ୧୨ରୁ ତାପମାତ୍ରା ୪୦ ଡିଗ୍ରୀ ସେଲସିୟକୁ ଟପିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ବୁଧବାର ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ଟିଟିଲାଗଡ ୩୭.୯, ସୋନପୁର ୩୭, ଅନୁଗୋଳ ୩୭.୧, ଭବାନୀପାଟଣା ୩୬.୬, ସମ୍ବଲପୁର ୩୬.୧, ଝାରସୁଗୁଡା ୩୬.୬, ଭୁବନେଶ୍ୱର ୩୫.୭ ଏବଂ କଟକରେ ସର୍ବୋଚ୍ଚ ତାପମାତ୍ରା ୩୬.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Share