Advertisement
Categories: ବାଣିଜ୍ୟ

୪୦% ବଢ଼ିବ ଇଣ୍ଟରନେଟ ୟୁଜରଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨୬-୪: ଦେଶରେ କ୍ରମାଗତ ଡାଟା ଶସ୍ତା ହେଉଥିବାରୁ ୨୦୨୩ ସୁଦ୍ଧା ଇଣ୍ଟରନେଟ ୟୁଜରଙ୍କ ସଂଖ୍ୟା ପ୍ରାୟ ୪୦କ୍ଷ ବୃଦ୍ଧି ପାଇବ। ସେହିପରି ଏହି ଅବଧି ମଧ୍ୟରେ ସ୍ମାର୍ଟଫୋନଧାରୀଙ୍କ ସଂଖ୍ୟା ମଧ୍ୟ ଦୁଇଗୁଣା ହୋଇଯିବ ବୋଲି ମ୍ୟକିନ୍ସେ ରିପୋର୍ଟରେ କୁହାଯାଇଛି। ଏଥିରେ କୁହାଯାଇଛି ଯେ, ୨୦୧୩ରୁ ଅଦ୍ୟାବଧି ଡାଟା ଖର୍ଚ୍ଚ ୯୫% ହ୍ରାସ ପାଇଛି। ମୁଖ୍ୟ ଡିଜିଟାଲ କ୍ଷେତ୍ର ୨୦୨୫ ସୁଦ୍ଧା ଦୁଇଗୁଣା ବୃଦ୍ଧି ପାଇ ୩୫୫ରୁ ୪୩୫ ବିଲିୟନ ଡଲାରରେ ପହଞ୍ଚତ୍ୟିବ। ମ୍ୟାକିନ୍ସେ ଗ୍ଲୋବାଲ ଇନ୍‌ଷ୍ଟିଚ୍ୟୁଟ୍‌ ରିପୋର୍ଟ ‘ ଡିଜିଟାଲ ଇଣ୍ଡିଆ-ଟେକ୍ନୋଲୋଜି ଟୁ ଟ୍ରାନ୍ସଫର୍ମ ଏ କନେକ୍ସନ ନେଶନ’ରେ କୁହାଯାଇଛି ଯେ, ଭାରତ ଡିଜିଟାଲ ଉପଭୋକ୍ତାଙ୍କ ଲାଗି ଦ୍ରୁତଗତିରେ ବୃଦ୍ଧି ପାଉଥିବା ବଜାର ମଧ୍ୟରୁ ଅନ୍ୟତମ। ଦେଶରେ ୨୦୧୮ ସୁଦ୍ଧା ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ମାତ୍ର ୫୬ କୋଟି  ଯାହାକି ଚାଇନାଠାରୁ କମ୍‌। ରିପୋର୍ଟ ଅନୁସାରେ ଦେଶରେ ମୋବାଇଲ ଡାଟା ବ୍ୟବହାରକାରୀ ହାରାହାରି ପ୍ରତି ମାସରେ ୮.୩୦ ଜିବି ଡାଟା ବ୍ୟବହାର କରିଥାଆନ୍ତି।  ଚାଇନାରେ ଏହା ୫.୫ଜିବି ହୋଇଥିବା ବେଳେ ଦକ୍ଷିଣ କୋରିଆ ଭଳି ଉନ୍ନତ ଡିଜିଟାଲ ବଜାରରେ ୮ରୁ ୮.୫ ଜିବି ରହିଛି। ରିପୋର୍ଟରେ କୁହାଯାଇଛି ଯେ, ୨୦୧୭ରେ ପରିପକ୍ୱ ଏବଂ ବିକାଶଶୀଳ ବଜାରକୁ ନେଇ ବିଶ୍ଲେଷଣ କରାଯିବାରୁ ଜଣାପଡିଛି ଯେ, ଭାରତ ଅନ୍ୟ କେତେକ ଦେଶ ତୁଳନାରେ ଅଧିକ ଦ୍ରୁତଗତିରେ ଡିଜିଟାଲ ହେଉଛି। ସରକାରଙ୍କ ସହାୟତାରେ ଅର୍ଥନୀତିକୁ ଡିଜିଟାଲ କରାଯାଉଛି। ରିଲାଏନ୍ସ ଜିଓ ଭଳି ଘରୋଇ କମ୍ପାନୀଙ୍କ କାରଣରୁ ଦେଶରେ ୨୦୧୩ରୁ ଡାଟା ଖର୍ଚ୍ଚ ୯୫% ପର୍ଯ୍ୟନ୍ତ କମିଛି ବୋଲି ରିପୋର୍ଟରେ ସ୍ପଷ୍ଟ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share