Categories: ଜାତୀୟ

୪୦ ବୁଥ୍‌ରେ ସମସ୍ତ କର୍ମଚାରୀ ମହିଳା

ମୁମ୍ବାଇ,୨୭ା୪(ପି.ଟି.): ମୁମ୍ବାଇ ଲୋକ ସଭା ନିର୍ବାଚନ ମଣ୍ଡଳୀର ୪୦ଟି ବୁଥ୍‌ରେ କେବଳ ମହିଳା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ମହିଳା ସଶକ୍ତୀକରଣ ସମ୍ପର୍କରେ ସଚେତନତା ସୃଷ୍ଟିକରିବା ପାଇଁ ପ୍ରଥମ ଥର ଲାଗି ନିର୍ବାଚନ କମିଶନ ଏଭଳି ଏକ ପଦକ୍ଷେପ ନେଇଥିବା ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଦିଲୀପ ଶିନ୍ଦେ ପ୍ରକାଶ କରିଛନ୍ତି। ୨୬ଟି ବୁଥ୍‌ ମୁମ୍ବାଇର ଉପାନ୍ତ ଅଞ୍ଚଳରେ ଥିବାବେଳେ ଅନ୍ୟଗୁଡିକ ସହର ମଧ୍ୟରେ ରହିଛି। ପ୍ରତ୍ୟେକ ବୁଥ୍‌ରେ ୬ ମହିଳା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଜିଲାପାଳଙ୍କ ଦ୍ୱାରା ଏଭଳି ଏକ ଅଭିନବ ପନ୍ଥା ଅବଲମ୍ବନ କରାଯାଇଛି। ଭୋଟ ଦେବାକୁ ଆସୁଥିବା ପ୍ରତ୍ୟେକ ମହିଳାଙ୍କୁ ଏକ ପ୍ୟାକେଟ ସାନିଟାରି ନାପକିନ୍‌ ଯୋଗାଇ ଦିଆଯିବ। ଏହି ଉଦ୍ଦେଶ୍ୟରେ ଜିଲା ପ୍ରଶାସନ ୧୬,୦୦୦ ସାନିଟାରି ନାପକିନ୍‌ କ୍ରୟ କରିଛି।

Share