Categories: ଜାତୀୟ

୪୦ ମିନିଟ୍‌ ବନ୍ଦ ହେବା ପରେ କାର୍ଯ୍ୟକ୍ଷମ ହେଲା ୩ସପ୍ତାହ ଶିଶୁର ହାର୍ଟ

ନୁଆଦିଲ୍ଲୀ,୧୩।୭: ରାଜଧାନୀ ଦିଲ୍ଲୀରେ ଏକ ଆଲୌକିକ ଘଟଣା ଦେଖିବାକୁ ମିଳିଛି। ୩ ସପ୍ତାହର ଝିଅ ଇନାୟା ହୃଦ୍‌ରୋଗରେ ପୀଡ଼ିତ ଥିବା ବେଳେ ଅସ୍ତ୍ରୋପଚାରରେ ଏହା ଭଲ ହୋଇପାରିବ ବୋଲି ପରିବାର ଲୋକଙ୍କୁ ଡାକ୍ତର ପରାମର୍ଶ ଦେଇଥିଲେ। ଅସ୍ତ୍ରୋପଚାର ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ ସେହି ସମୟରେ ଇନାୟଙ୍କ ହୃଦ୍‌ଘାତ ହୋଇଥିଲା। ପ୍ରାୟ ୪୦ ମିନିଟ୍‌ ପର୍ଯ୍ୟନ୍ତ ତାଙ୍କର ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଯାଇଥିଲା। ହେଲେ ଦିଲ୍ଲୀରେ ଥିବା ଇନ୍ଦ୍ରପ୍ରସ୍ଥ ଆପୋଲ ହସ୍ପିଟାଲର ଡାକ୍ତରମାନେ ହାର ମାନି ନ ଥିଲେ। ଆଉ ଶିଶୁଟିର ହୃତପିଣ୍ଡକୁ ଭଲ କରି ମାଲିସ୍‌ କରିବା ପରେ ଏହା ପୂର୍ବାବସ୍ଥାକୁ ଫେରିଥିଲା। ଆଉ ୪୦ ମିନିଟ୍‌ ପରେ ପୁଣି ହୃତ୍‌ସ୍ପନ୍ଦନ ହୋଇଥିଲା। କିଛି ମସୟ ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଏହାପରେ ଇନାୟାଙ୍କୁ କିଛି ଦିନ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ଏବେ ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି।

Share