୪୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ: ୨ ଗିରଫ

ବାଲେଶ୍ୱର ଅଫିସ,୭।୩- କ୍ରାଇମବ୍ରାଞ୍ଚ ଏସଟିଏଫର ଏକ ଟିମ୍‌ ଶୁକ୍ରବାର ବାଲେଶ୍ୱର ସହରର ଅରଡ ବଜାରରେ ଚଢାଉ କରି ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରିବା ସହ ୨ ବେପାରୀଙ୍କୁ ଗିରଫ କରିଛି। ଧରାପଡ଼ିଥିବା ୨ ବେପାରୀ କୁଖ୍ୟାତ ନିଶା ମାଫିଆ ସେକ ସୟଦଙ୍କ ସହଯୋଗୀ ବୋଲି ଜଣାପଡ଼ିଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଏସଟିଏଫ ପକ୍ଷରୁ କୁହାଯାଇଛି। ଗିରଫ ଦୁଇ ଯୁବକ ଜଳେଶ୍ୱରରୁ ବ୍ରାଉନ ସୁଗାର କିଣି ଅରଡ ବଜାରକୁ ଆସି ରହିଥିଲେ। ସନ୍ଧ୍ୟାରେ ସହଦେବଖୁଣ୍ଟା ପୋଲିସ ସହାୟତାରେ ଏସଟିଏଫ ଟିମ୍‌ ସେମାନଙ୍କୁ ଗିରଫ କରିଥିଲା।