Categories: ବାଣିଜ୍ୟ

୪୦ ହଜାର ସ୍ତର ଟପିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ, ୩୧।୧୦: ବୁଧବାର ଦେଶର ପୁଞ୍ଜି ବଜାରରେ କାରବାର ଉନ୍ନତ ସ୍ଥିତିରେ ରହିଥିବା ଜଣାପଡିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ଚଳିିତ ବର୍ଷ ଜୁଲାଇ ପରଠାରୁ ପ୍ରଥମଥର ଲାଗି ୪୦,୧୭୮.୧୨ ହଜାର ସ୍ତର ଛୁଇଁଛି। ବୁଧବାର ବିଏସ୍‌ଇ ସେନସେକ୍ସ ପ୍ରାରମ୍ଭିକ କାରବାରରେ ୨୫୦ ପଏଣ୍ଟରୁ ଉର୍ଦ୍ଧ୍ୱ ଟପିଥିଲା। ବିଦେଶୀ ପୁଞ୍ଜି ଆଗମନ ଏବଂ ପୁଞ୍ଜି ନିବେଶକଙ୍କ ଲାଗି ଟିକସ ନିୟମ କୋହଳ ନେଇ ରହିଥିବା ଆଶାର ବଜାର କାରବାର ଉପରେ ପ୍ରତିଫଳିତ ହୋଇଥିବା ଦେଖାଯାଇଥିଲା। ଏହି ସମୟରେ ୩୦ ଶେୟାର ବିଶିଷ୍ଟ ସୂଚକାଙ୍କ ୨୨୦.୦୩ ପଏଣ୍ଟ ବା ୦.୫୫% ବୃଦ୍ଧି ଘଟି ୪୦,୦୫୧.୮୭ ପଏଣ୍ଟରେ କାରବାର ବନ୍ଦ ହୋଇଛି। ସେହିଭଳି ନିଫ୍ଟି କାରବାର ୫୭.୨୫ ପଏଣ୍ଟ ବା ୦.୪୯% ଉଚ୍ଚରେ ରହିବା ସହ ୧୧,୮୪୪. ୧୦ ପଏଣ୍ଟ ରହିଛି। ମଙ୍ଗଳବାର ୩୦ ଶେୟାର ବିଶିଷ୍ଟ ସେନସେକ୍ସ ୫୮୧.୬୪% ବୃଦ୍ଧି ଘଟି ୩୯,୮୩୧.୮୧ ପଏଣ୍ଟରେ ବନ୍ଦ ରହିଥିଲା। ସେହିଭଳି ନିଫ୍ଟି କାରବାର ୧୫୯.୭୦% ଉଚ୍ଚରେ ରହି ୧୧,୭୮୬.୮୫ ଏପଣ୍ଟ ଛୁଇଁଥିଲା। ପୁଞ୍ଜି ବଜାରରେ ବିଦେଶୀ ନିବେଶକମାନେ ନେଟ୍‌ କ୍ରୟକାରୀ ଭାବେ ୮୭୬.୮୪ କୋଟି ଟଙ୍କା କ୍ରୟ କରିଛନ୍ତି। ସେହିଭଳି ଘରୋଇ ଆନୁଷ୍ଠାନିକ ନିବେଶକମାନେ ୧୪୪.୭୫ କୋଟି ଟଙ୍କା ଶେୟାର କିଣି ଥିବା ଷ୍ଟକ ବଜାର ଡିପୋଜିଟୋରୀ ତଥ୍ୟରୁ ସାମ୍ନାକୁ ଆସିଛି। ମୁଦ୍ରାର ମୂଲ୍ୟ ୬ ପଇସା କମ୍‌ ରହିବା ସହ ୭୦.୯୦ ସ୍ତରରେ ରହିଥିଲା। ବ୍ରେଣ୍ଟ ଫ୍ୟୁଚର ୦.୮୮% କମି ବ୍ୟାରେଲ ପିଛା ୬୧.୦୫ ଡଲାର ରହିଥିବା ଜଣା ପଡ଼ିଛି।

Share