୪୦ ୟୁନିଟ୍‌ ରକ୍ତ ସଂଗ୍ରହ

ତେଲକୋଇ, ୨୮ା୪(ଡି.ଏନ.ଏ.)-ତେଲକୋଇ ବ୍ଲକ ଓରିଆ ପଞ୍ଚାୟତ ପିଟାନାଳୀ ଆଦର୍ଶ ବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ଫ୍ୟାମିଲ ୱେଲଫେୟାର ବିଭାଗ ପକ୍ଷରୁ ଶିବିରରେ ୪୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା। ସାମାଜିକ ଦୂରତା ସହିତ ରକ୍ତଦାନ ମହତ ଦାନ ପାଇଁ ବିଜୁ ଜନତା ଦଳର ଶତାଧିକ ଯୁବକ ସାମିଲ ହୋଇ ରକ୍ତଦାନ କରିଥିଲେ। ସାମାଜିକ ଦୂରତା ସହ ଏହି ରକ୍ତଦାନ ଶିବିରରେ ୪୦ୟୁନିଟ୍‌ ରକ୍ତ ସଂଗ୍ରହ ପରେ ଏହାକୁ ବନ୍ଦ କରାଯାଇଥିଲା। ବହୁ ସଂଖ୍ୟାରେ ଯୁବକ ଏଠାକୁ ଆସିଥିଲେ ମଧ୍ୟ ରକ୍ତଦାନ କରିପାରି ନ ଥିଲେ। ପରବର୍ତ୍ତୀ ସମୟରେ ରକ୍ତଦାନ ଶିବିର ହେବା ଲାଗି ନିଷ୍ପତ୍ତି ହୋଇଥିଲା। ରାଜ୍ୟ ବୈଷୟିକ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଶିବିରକୁ ଉଦ୍‌ଘାଟନ କରିବା ପରେ ରକ୍ତଦାତାମାନେ ରକ୍ତଦାନ କରିଥିଲେ। ଡ. ସୁବ୍ରତ ଆଚାର୍ଯ୍ୟ ରକ୍ତ ସଂଗ୍ରହ କରିଥିଲେ। ଅକ୍ଷୟ କୁମାର ସାହୁ(ପିଆଇଓ), ଗୌରୀଶଙ୍କର ମାଝି(ଏଲ.ଟି), ହେମରଞ୍ଜନ ମହାନ୍ତ(ଏଲ.ଏ) ସହାୟତା କରିଥିଲେ। ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାରଙ୍କ ସହିତ ଜିଲା ବିଜେଡି ଯୁବମୋର୍ଚ୍ଚା ସଭାପତି ସୌମ୍ୟଶଙ୍କର ଚକ୍ରଙ୍କ ସମେତ ବ୍ଲକର ରାଜା, ନାରାୟଣ ସାହୁ, ବାପି ବିଶ୍ୱାଳ, ନୀଳମଣି ଦେହୁରୀ ସମେତ ବିଭିନ୍ନ ପଞ୍ଚାୟତର ଯୁବମୋର୍ଚ୍ଚାର ସଦସ୍ୟ ଅଂଶଗ୍ରହଣ କରିଥିଲେ।