Advertisement

୪୧ ବର୍ଷରେ ଇମରାନ୍‌ ହାସ୍‌ମୀ: ବଲିଉଡ୍‌ରେ ଆରମ୍ଭ କରିଥିଲେ କିସିଂ-ଲିପ୍‌ଲକ୍‌ ଟ୍ରେଣ୍ଡ୍‌

ମୁମ୍ବାଇ: ବଲିଉଡ୍‌ର କିସିଂ ଷ୍ଟାର ଇମରାନ୍‌ ହାସ୍‌ମୀ ମଙ୍ଗଳବାର ୪୧ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୭୯ ମାର୍ଚ୍ଚ ୨୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ କ୍ୟାରିୟରରେ ଅସଫଳ ରହିଥିଲେ। ତେବେ ପରବର୍ତ୍ତୀ ସମୟରେ ସେ ବଲିଉଡ୍‌ରେ କିସିଂ ଏବଂ ଲିପ୍‌ଲକ୍‌ ଟ୍ରେଣ୍ଡ୍‌ ଆରମ୍ଭ କରି ଦର୍ଶକଙ୍କର ପ୍ରଥମ ପସନ୍ଦର ହିରୋ ପାଲଟି ଯାଇଥିଲେ। ଇଣ୍ଡଷ୍ଟ୍ରିରେ ସେ ଆକ୍ସନ ହିରୋ ହେବାକୁ ଆସି ରୋମାଣ୍ଟିକ୍‌ ହିରୋ ବନିଗଲେ। ବଲିଉଡ୍‌ରେ ସେ ତାଙ୍କ ଅପୋଜିଟ୍‌ରେ ଥିବା ହିରୋଇନ୍‌ଙ୍କ ସହିତ ଅତି ଅନ୍ତରଙ୍ଗ ସିନ୍‌ କରିଥିଲେ ମଧ୍ୟ କୌଣସିଙ୍କ ସହିତ ଆଫେୟାର୍ସ ନ ଥିବା ନେଇ ଚର୍ଚ୍ଚା ହୋଇଥାଏ। ଅଭିନୟ ପରେ ସେ ସ୍ତ୍ରୀ ଏବଂ ନିଜ ପରିବାର ସହିତ ସମୟ ବିତାଇବାକୁ ପସନ୍ଦ କରିଥାନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share