୪୧ ବର୍ଷ ପରେ ମା’ଙ୍କୁ ଭେଟିଲେ ପୁଅ

ଚେନ୍ନାଇ,୨୪।୧୧: ତାମିଲନାଡୁରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଦୀର୍ଘ ୪୧ ବର୍ଷ ପରେ ମା’ଙ୍କୁ ଭେଟିଛନ୍ତି ପୁଅ। ଏହି ମିଳନ ପରେ ଉଭୟ ମା’ ଏବଂ ପୁଅ ଭାବବିହ୍ବଳ ହୋଇପଡିଥିଲେ। ତାମିଲନାଡୁରେ ରହୁଥିବା ଧନଲକ୍ଷ୍ମୀ ୧୯୭୬ରେ ଅଭାବ ଅନାଟନ ଭିତରେ ନିଜ ୨ ପୁଅଙ୍କ ସହ ଆଶ୍ରାସ୍ଥଳରେ ରହୁଥିଲେ। ସେଠାରେ କିଛିଦିନ ରହିବା ପରେ ତାଙ୍କୁ ତଡି ଦିଆଯାଇଥିଲା। କୌଣସି ଉପାୟ ନ ପାଇ ସେ ନିଜ ୨ ବର୍ଷର ପୁଅ ଡେଭିଡଙ୍କୁ ଏକ ଅନାଥ ଆଶ୍ରମରେ ଛାଡି ଆସିଥିଲେ। କିଛିଦିନ ପରେ ଡେନମାର୍କର ଜଣେ ଦମ୍ପତ୍ତି ଆସି ଡେଭିଡଙ୍କୁ କୋଳେଇ ନେଇଥିଲେ। ଅନେକ ବର୍ଷ ପରେ ଧନଲକ୍ଷ୍ମୀ ନିଜ ପୁଅକୁ ନେବା ପାଇଁ ଅନାଥ ଆଶ୍ରମ ଆସିଥିଲେ। କିନ୍ତୁ ଅନ୍ୟ ଜଣେ ଦମ୍ପତ୍ତି ତାଙ୍କ ପୁଅକୁ କୋଳେଇ ନେଇଯାଇଥିବା କଥା ଶୁଣି ମନ ଦୁଃଖ କରିଥିଲେ ମଧ୍ୟ ପୁଅ ଡେନମାର୍କରେ ଭଲରେ ଥିବା ଅନାଥ ଆଶ୍ରମ କର୍ମଚାରୀମାନେ ଧନଲକ୍ଷ୍ମୀଙ୍କୁ କହିଥିଲେ। ଏବଂ ତାଙ୍କ ଫଟୋ ମଧ୍ୟ ଦେଖାଇଥିଲେ। ଏଥିରେ ଖୁସି ହୋଇ ଫେରିଯାଇଥିଲେ ଧନଲକ୍ଷ୍ମୀ। ୨୦୧୩ରେ ଡେଭିଡ ଭାରତ ଆସିଥିଲେ ଏବଂ ଆଶ୍ରମ କର୍ମଚାରୀଙ୍କୁ ନିଜ ମା’ଙ୍କ ବିଷୟରେ ପଚାରିଥିଲେ। କିନ୍ତୁ ସେମାନେ ତାଙ୍କ ଠିକଣା ଜାଣି ନ ଥିବା କହିଥିଲେ। କିନ୍ତୁ ମା’ଙ୍କୁ ଖୋଜିବା ବନ୍ଦ କରି ନ ଥିଲେ ଡେଭିଡ୍‌। ପୁଣି ଡେନମର୍କ ପଳାଥିବା ମଧ୍ୟ କିଛି କିଛି ସାମାଜିକ କର୍ମକର୍ତ୍ତାଙ୍କ ସହ ଯୋଗାଯୋଗରେ ଥିଲେ। ଦୀର୍ଘ ୬ ବର୍ଷ ପରେ ସେ ଗତ ଶନିବାର ଦିନ ନିଜ ମା’ଙ୍କୁ ଭେଟିଛନ୍ତି।

Share