୪୨ ବର୍ଷରେ ‘ଡନ୍‌’

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଡନ୍‌’କୁ ପୂରଣ ହୋଇଛି ୪୨ ବର୍ଷ। ଏହି ଅବସରରେ ପୁରୁଣା ସ୍ମୃତିକୁ ମନେପକାଇଛନ୍ତି ବିଗ୍‌ ବି। ୭୭ ବର୍ଷୀୟ ଏହି ଅଭିନେତା ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଅଭିନେତ୍ରୀ ନୁତନଙ୍କ ସହ ଅମିତାଭ ଫିଲ୍ମ ଫେୟାର ଆଓ୍ବାର୍ଡ ଗ୍ରହଣ କରୁଥିବାର ଏକ ଫଟୋ ଶେୟାର କରିଛନ୍ତି। ଏହି ଆକ୍ସନ ଡ୍ରାମା ଫିଲ୍ମ ଅମିତାଭଙ୍କ କ୍ୟାରିୟର ବିଗେଷ୍ଟ ବ୍ଲକବଷ୍ଟର ହିଟ୍‌ ଫିଲ୍ମ। ପରେ ଏହାର ରିମେକ ତିଆରି କରାଯାଇଥିବା ବେଳେ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ବଲିଉଡ୍‌ ବାଦଶାହା ଶାହାରୁଖ ଖାଁ।

Share