୪୨ ବର୍ଷରେ ବଇଣ୍ଡା ଚନ୍ଦନଯାତ୍ରା

( ପରିକ୍ଷିତ ସାହୁ )
ବଇଣ୍ଡା,୨୩।୫: ଆଠମଲ୍ଲିକ ଉପଖଣ୍ଡର ପ୍ରସିଦ୍ଧ ବଇଣ୍ଡା ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାରଠାରୁ ଏହି ଯାତ୍ରା ଆରମ୍ଭ ହୋଇ ୪ଦିନ ଧରି ଚାଲିବ। ସେହିପରି ୩ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସ୍ଥିର ହୋଇଛି। ଚଳିତ ବର୍ଷ ଏହି ଯାତ୍ରା ୪୨ ବର୍ଷରେ ପଦାର୍ପଣ କରିଛି l ପୂର୍ବରୁ ଖୁବ୍‌କମ ବଜେଟରେ ଯାତ୍ରା କରାଯାଉଥିବାବେଳେ ଚଳିତ ବର୍ଷ ୪ ଲକ୍ଷ ଟଙ୍କା ବ୍ୟୟ କରିବା ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଯାତ୍ରାକୁ ଧୁମ୍‌ଧାମରେ ପାଳନ କରାଯିବା ନେଇ ଗୁରୁତ୍ୱ ଦିଆଯାଇଛି।
ବଇଣ୍ଡା ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଦେବଗଡ଼ ଜିଲା ଆଉଁଳୀ ନଈ କୂଳର ଅଖ୍ୟାତ ଗ୍ରାମରୁ ବୈଷ୍ଣବ ଧର୍ମର ସାଧକ ପିଚୁଣ୍ଡୁବାବା ନୁନୁକାପଶି ପଞ୍ଚାୟତର ଆନନ୍ଦମୁଣ୍ଡା ଗ୍ରାମରେ ମଠ କରି ରହୁଥିଲେ। ପରେ ବାବା ବଇଣ୍ଡା, ଆନନ୍ଦମୁଣ୍ଡା, କଦଳୀମୁଣ୍ଡା ଗ୍ରାମବାସୀଙ୍କୁ ଏକାଠି କରି ଚନ୍ଦନ ଯାତ୍ରା ଆରମ୍ଭ କରିଥିଲେ। ମାତ୍ର ପରେ ଆନନ୍ଦମୁଣ୍ଡା ଓ କଦଳୀମୁଣ୍ଡା ଗ୍ରାମବାସୀ ଏହି ଯାତ୍ରାରୁ ଓହରି ଯାଇଥିଲେ। କେବଳ ବଇଣ୍ଡା ଗ୍ରାମବାସୀ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ବଜାୟ ରଖିଛନ୍ତି। ବାବାଙ୍କ ପରାମର୍ଶକ୍ରମେ ଗ୍ରାମବାସୀ ଏକତ୍ରିତ ହୋଇ ପାପସରା ଗ୍ରାମରୁ ରାଧାକୃଷ୍ଣଙ୍କ ଚଳନ୍ତି ପ୍ରତିମାକୁ ଆଣିବାପରେ ବାବା ରଖିଥିବା ପ୍ରଭୁ ରାଧାକୃଷ୍ଣଙ୍କ ପ୍ରତିମାକୁ ନେଇ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିଲା। ପ୍ରତ୍ୟେକ ବର୍ଷ ପାପସରା ଗ୍ରାମରୁ ପ୍ରଭୁ ରାଧାକୃଷ୍ଣଙ୍କୁ ଆଣି ଯାତ୍ରା କରାଯାଉଥିବା ଯୋଗୁ ସମସ୍ୟା ସୃଷ୍ଟି ହେବାରୁ ଗ୍ରାମବାସୀ ୧୯୮୯ରେ ପୁରୀରୁ ଚଳନ୍ତି ପ୍ରତିମା ଆଣି ବଇଣ୍ଡାଠାରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା କରିଥିଲେ। ସେବେଠାରୁ ପୂଜାର୍ଚ୍ଚନା କରାଯାଇ ପ୍ରଭୁଙ୍କ ଯାତ୍ରା କରାଯାଉଛି। ତେବେ ୪୨ ବର୍ଷ ତଳେ ଉକ୍ତ ଯାତ୍ରାରେ ଯେତିକି ଜନସାଧାରଣଙ୍କ ସମାଗମ ହେଉଥିଲା ଏବେ ତାହା ବୃଦ୍ଧି ପାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ଯାତ୍ରାର ବିଶେଷ ଆକର୍ଷଣ ହୋଇଥିବାବେଳେ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଯାତ୍ରା ଦେଖିବା ପାଇଁ ଭିଡ଼ ଜମାଇଥାନ୍ତି। ଏଥିସହିତ ଛୋଟଛୋଟ ପିଲାଙ୍କୁ ନେଇ ଚଳିତ ବର୍ଷ ଏକ ନୂତନ ଭାବରେ ଶିଶୁ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ଯାତ୍ରାରେ ବଇଣ୍ଡାର ସମସ୍ତ ଗ୍ରାମବାସୀ ସହଯୋଗ କରୁଛନ୍ତି।
ଏ ନେଇ ବଇଣ୍ଡା ଗ୍ରାମର ସଭାପତି ଚିନ୍ତାମଣି ପ୍ରଧାନ, ବରିଷ୍ଠ ନାଗରିକ ଭଗବାନ ଘିଓ୍ବାଲା, ଯାତ୍ରା କମିଟିର ସଦସ୍ୟ ପ୍ରତାପ ପ୍ରଧାନ, ରମାକାନ୍ତ ବେହେରା କହିଛନ୍ତି, ଚନ୍ଦନ ଯାତ୍ରା ପାଇଁ ବଇଣ୍ଡା ଜିଲାର ବିଭିନ୍ନ ଅଞ୍ଚଳରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। କିଭଳି ଶାନ୍ତିଶୃଙ୍ଖଳାର ସହ ଯାତ୍ରା ପାଳନ ହେବ ସେଥିପାଇଁ ଗ୍ରାମବାସୀ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି। ୪ ଦିନ ଧରି ଏହି ଯାତ୍ରା ପାଳିତ ହେବ। ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପାଇଁ ବ୍ୟବସ୍ଥା ହୋଇଛି। ୪ ଲକ୍ଷ ଟଙ୍କାର ଅଟକଳ କରାଯାଇଛି। ଅନ୍ୟପକ୍ଷରେ ବଇଣ୍ଡା ଚନ୍ଦନ ଯାତ୍ରା ପାଇଁ ମଙ୍ଗଳବାର ବଇଣ୍ଡା ଫାଣ୍ଡି ପରିସରରେ ବଇଣ୍ଡା ଗ୍ରାମବାସୀ ଓ ପ୍ରଶାସନ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଫାଣ୍ଡି ଅଧିକାରୀ ଆର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆଠମଲ୍ଲିକ ଏସ୍‌ଡିପିଓ ଏସକେ. କରିମ, ହଣ୍ଡପା ଥାନା ଅଧିକାରୀ ଲବ ବୋଡ଼ା, ଏଏସ୍‌ଆଇ ପିକେ ଆଇଚ, ବଇଣ୍ଡା ଗ୍ରାମ ସଭାପତି ଚିନ୍ତାମଣି ପ୍ରଧାନ, ସମ୍ପାଦକ ଜିତେନ୍ଦ୍ର ପ୍ରଧାନ, ଆଇନଜୀବୀ ପ୍ରତାପ ପ୍ରଧାନ, ପରିକ୍ଷିତ ସାହୁ, ଲଚ୍ଛମନ ଦାସ ପ୍ରମୁଖ ଯୋଗ ଦେଇ ଶାନ୍ତିଶୃଙ୍ଖଳାରେ ଯାତ୍ରା ପାଳନ ଉପରେ ଗୁରୁତ୍ୱ ଦେଇଥିଲେ। ରାତି ୧୦ଟା ପରେ ୫୫ ନଂ. ଜାତୀୟ ରାଜପଥ ବାଇପାସରେ ଗାଡ଼ି ଛଡ଼ାଯିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା। ଜନସାଧାରଣଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯିବାକୁ ବ୍ୟବସ୍ଥା ହୋଇଥିବା ବୈଠକରେ ସୂଚନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା କଫ ସିରପ୍‌, ମାଡିବସିଲା ପୋଲିସ: ୨ ଗିରଫ

ବଲାଙ୍ଗୀର, ୧୦ା୩(ସୁନିଲ କୁମାର ମହାନ୍ତି): ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ବେଆଇନ କଫ ସିରପ। ପୋଲିସ ଆଖିରେ ଧୂଳି ଦେଇ କଫ ସିରପ ବେପାରୀମାନେ ଏଭଳି ଅଭିନବ...

ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବର ଆଜି ଯାଞ୍ଚ

ଯାଜପୁରରୋଡ୍‌,୧୧ା୩(ପବିତ୍ର ରଞ୍ଜନ ମହାନ୍ତି):ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୋଧରେ ଜିଲାପାଳଙ୍କ ନିକଟରେ ଦିଆଯାଇଥିବା ଅନାସ୍ଥା ପ୍ରସ୍ତାବର ଯାଞ୍ଚ ପାଇଁ ନିର୍ଦ୍ଦେଶ ହୋଇଛି। ଯାଜପୁର...

ଟ୍ରାକରେ ଆମ୍ବୁଲାନ୍ସ ପଶିଯିବା ପରେ ମାମଲା ରୁଜୁ କଲା ରେଳବାଇ

ରାୟଗଡା,୧୧।୩: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଶିକରପାଇ ଓ ଭାଲୁମସ୍କା ରେଳ ଷ୍ଟେଶନର ମଧ୍ୟବର୍ତ୍ତୀ ସ୍ଥାନରେ ସୋମବାର ଏକ ଆମ୍ବୁଲାନ୍ସ ଅନଧିକାର ଭାବରେ ରେଳ ଟ୍ରାକ...

ଦୁଇ ସାଙ୍ଗ ଘରକୁ ଫେରୁଥବା ବେଳେ ଘଟିଲା ଦୁର୍ଘଟଣା : ଜଣଙ୍କ ଆଗରେ ଚାଲିଗଲା ଆଉଜଣଙ୍କ ଜୀବନ

ଦିଗପହଣ୍ଡି,୧୧।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଗଙ୍ଗାପୁର ପଞ୍ଚାୟତ ନରସିଂହଗଡ଼ ଗ୍ରାମ ନିକଟସ୍ଥ ପିପିଲିଗୁଡ଼ା ଗ୍ରାମ ନିକଟରେ ଦୁର୍ଘଟଣା ଘଟିଥିଲା।...

ଗୋ ଚାଲାଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର: ୨ ଅପରାଧୀ ଆହତ

ସମ୍ବଲପୁର,୧୧।୩(ପ୍ରମୋଦ ବହିଦାର): ସମ୍ବଲପୁରର ସିଟି ଷ୍ଟେସନ ନିକଟରେ ପୋଲିସ ଓ ଗୋରୁ ଚୋରା ଚାଲାଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଗୋରୁ ଚୋରା ଚାଲାଣକରୀଙ୍କ...

ବିବାହ ବନ୍ଧନରେ ଆବଦ୍ଧ ହେବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ

ଭୁବନେଶ୍ୱର,୧୧।୩: ବିଜେଡି ନେତା ଏବଂ ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ କୁମାର ମାଝୀ ମାର୍ଚ୍ଚ ୧୨ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସୂତ୍ର ଅନୁସାରେ...

ଦ୍ୱିତୀୟ ବିବାହ ପାଇଁ ୨ ପୁଅଙ୍କୁ ହତ୍ୟା କଲେ ବାପା

ନୟାଗଡ଼,୧୧ା୩(ଲୋକନାଥ ମିଶ୍ର):ସ୍ବାମୀଙ୍କ ନିର୍ଯାତନା ସହି ନ ପାରି ପ୍ରାୟ ୩ ବର୍ଷ ତଳେ ସ୍ତ୍ରୀ ଆମତ୍ହତ୍ୟା କରିଥିଲେ। ସ୍ତ୍ରୀଙ୍କ ମୃତ୍ୟୁ ପରେ ବ୍ୟକ୍ତି ଜଣକ ଅନ୍ୟତ୍ର...

ମହିଳା ସୁରକ୍ଷା ନାଁରେ ସରକାର ଭୁଆଁ ବୁଲାଉଛନ୍ତି ଜିଲାପାଳଙ୍କ ଅଫିସ ଘେରିଲା କଂଗ୍ରେସ

ନୂଆପଡ଼ା,୧୦ା୩ (ମକାରୁ ବେମାଲ): ରାଜ୍ୟରେ ଏସ୍‌ସି,ଏସ୍‌ଟି, ଓବିସି ମହିଳା ଓ ନାବାଳିକାଙ୍କ ଉପରେ ଅପରାଧ ବୃଦ୍ଧି ପାଉଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣ କରିବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri