Advertisement

୪୨ ବର୍ଷରେ ରାଣୀ ମୁଖାର୍ଜୀ: ଆଦିତ୍ୟଙ୍କୁ ସବୁଦିନେ ଦିଅନ୍ତି ଗାଳି…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଶନିବାର ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୮ ମାର୍ଚ୍ଚ ୨୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ରାଣୀଙ୍କ ଅଭିନୟ ଦକ୍ଷତାକୁ ଦର୍ଶକ ବଶେ୍‌ ପସନ୍ଦ କରିଥାନ୍ତି। ନିକଟରେ ରିଲିଜ୍‌ ହୋଇଥିବା ତାଙ୍କ ଫିଲ୍ମ ମର୍ଦାନୀ ବେଶ୍‌ ସଫଳ ମଧ୍ୟ ରହିଛି। ରାଣୀଙ୍କ ସହିତ ବିଭିନ୍ନ ଅଭିନେତାଙ୍କ ସମ୍ପର୍କ ନେଇ ବହୁ ସମୟରେ ବଲିଉଡ୍‌ରେ ଚର୍ଚ୍ଚା ହୋଇଛି। ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କ ସହିତ ‘ମୁଝ୍‌ସେ ଦୋସ୍ତି କରୋଗି’ ଶୁଟିଂ ସେଟ୍‌ରେ ଉଭୟଙ୍କ ମଧ୍ୟରେ ନିବିଡ଼ତା ବୃଦ୍ଧି ପାଇଥିଲା। ୨୦୧୪ରେ ସେ ଆଦିତ୍ୟ ଚୋପ୍ରାଙ୍କୁ ଇଟାଲିରେ ବିବାହ କରିଥିଲେ। ରାଣୀ ଆଦିତ୍ୟଙ୍କୁ ଖୁବ୍‌ ଭଲ ପାଆନ୍ତି। ତେବେ ଆଦିତ୍ୟ ବହୁ ସମୟରେ ବ୍ୟସ୍ତ ରହୁଥିବାରୁ ରାଣୀ ତାଙ୍କୁ ଥଟ୍ଟାରେ ମଜାଳିଆ ଢ଼ଙ୍ଗରେ ଗାଳି ଦେଇଥାନ୍ତି ବୋଲି ଏକ ସାକ୍ଷାତ୍‌କାରରେ କହିଥିଲେ। ଆଦିତ୍ୟ ୨୦୦୧ରେ ପାୟଲ ମାଲହୋତ୍ରାଙ୍କୁ ବିବାହ କରିଥିଲେ। ତେବେ ୨୦୦୯ରେ ପାୟଲଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା। ରାଣୀଙ୍କ ଅପ୍‌ କମିଂ ଫିଲ୍ମ ବଣ୍ଟି ଔର ବବ୍‌ଲୀ-୨ ଖୁବ୍‌ ଶୀଘ୍ର ରିଲିଜ୍‌ ହେବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share