ଭଦ୍ରକ ଅଫିସ,୭।୫: ଦୀର୍ଘ ୪୩ ଦିନ ଧରି ରୋଟାରୀ କ୍ଲବ ମିଡ୍ଟାଉନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟନ ପ୍ରକ୍ରିୟା ଜାରି ରହିଛି। ଗୁରୁବାରଠାରୁ ଏଣିକି ଜାତୀୟ ରାଜପଥରେ ଚାଲି ଚାଲି ଘରକୁ ଫେରୁଥିବା ଲୋକଙ୍କୁ ଅଟକାଇ ରନ୍ଧା ଖାଦ୍ୟ ବଣ୍ଟନ କରାଯିବ ବୋଲି ସଭାପତି ଆଇନଜୀବି ଅତିସ କୁମାର ବେହେରା ସୂଚନା ଦେଇଛନ୍ତି। ପୂର୍ବରୁ ସହର ମଧ୍ୟରେ କାର୍ଯ୍ୟ କରୁଥିବା ପୋଲିସ, ଡାକ୍ତର, ମାଜିଷ୍ଟ୍ରେଟ, ଗଣମାଧ୍ୟମ ପ୍ରତିନିଧି ଓ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ସହ ମାସ୍କ ଓ ସାନିଟାଇଜର୍ ବଣ୍ଟନ କରାଯାଉଥିଲା। ଆଉ ଏଥିରେ ସହାୟତାର ହାତ ବଢ଼ାଇଥିଲେ ଶିଶିର କୁମାର ମିଶ୍ର, ରତନ ଗୁପ୍ତା, ଅଶୋକ ଲାଖାନି, ପବିତ୍ର ଖିଲାର ଓ ରାହୁଲ ଖେରୀୟା ପ୍ରମୁଖ ବ୍ୟକ୍ତି।