୪୩ ୟୁନିଟ୍‌ ରକ୍ତ ସଂଗୃହୀତ

ବାହାନଗା, ୫ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଳକ କଲ୍ୟାଣି ପଞ୍ଚାୟତର ଗିଲିଦା ଉଚ୍ଚ ବିଦ୍ୟାଳୟ ପରିସରରେ ସରକାରଙ୍କ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଜିବନ ବିନ୍ଦୁ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହାକୁ ଅନୁଷ୍ଠାନିକ ଭାବେ ସୋର ବିଧାୟକ ପର୍ଶୁରାମ ଧଡା ଉଦ୍‌ଘାଟନ କରିଥିଲେ। ବାଲେଶ୍ୱର ଜିଲା ରକ୍ତଭଣ୍ଡାରର ଡାକ୍ତର ବସନ୍ତ ଉପାଧ୍ୟାୟଙ୍କ ନେତୃତ୍ୱରେ ରକ୍ତ ଦାତା ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ରକ୍ତ ସଂଗ୍ରହ କରାଯାଇଥିଲା। ତେବେ ଏହି କାର୍ଯ୍ୟକ୍ରମରେ ୪୩ ୟୁନିଟ୍‌ ରକ୍ତ ସଂଗୃହୀତ କରାଯାଇଥିଲା। କାର୍ଯ୍ୟକ୍ରମରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲମ୍ବୋଧର ମିଶ୍ରଙ୍କ ସମେତ ପ୍ରଭାକର ମିଶ୍ର, କଲ୍ୟାଣି ପଞ୍ଚାୟତର ପୂର୍ବତନ ସରପଞ୍ଚ ନିଳାମ୍ବର ମହାଳିକ, ଜିଲା ବିଜୁ ମହିଳା ଦଳର ସମ୍ପାଦିକା ସବୀତା ଅଗସ୍ତି, ଜିଲା ବିଜୁ ଜନତା ଦଳର ସମ୍ପାଦକ ପ୍ରଦୀପ୍‌ କୁମାର ଯେନା, ଗିରିଶ୍‌ ଚନ୍ଦ୍ର ଦାଶ ଏବଂ ବିଜୁ ଯୁବ ବାହିନୀର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ। ଲକ୍‌ଡାଉନ୍‌ରେ କର୍ମକର୍ତ୍ତା ଓ ରକ୍ତଦାତାମାନେ ସାମାଜିକ ଦୂରତ୍ୱକୁ ଆଖିଆଗରେ ରଖି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ରକ୍ତ ଦାତା ମାନଙ୍କୁ ପ୍ରମାଣ ପତ୍ର ସହିତ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।