୪୪୧ ସ୍କୁଲରେ ଛାତ୍ରୀ, ୧୪୮୫ ସ୍କୁଲରେ ଛାତ୍ରଙ୍କ ପାଇଁ ଶୌଚାଳୟ ନାହିଁ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟରେ ୪୪୧ଟି ବାଳିକା ବିଦ୍ୟାଳୟ ଏବଂ ୧୪୮୫ଟି ସ୍କୁଲରେ ଛାତ୍ରଙ୍କ ପାଇଁ ଶୌଚାଳୟ ନାହିଁ। ୨୦୧୭-୧୮ ତଥ୍ୟ ଅନୁଯାୟୀ, ରାଜ୍ୟରେ ମୋଟ ୫୪,୨୯୮ଟି ସରକାରୀ ସ୍କୁଲ ମଧ୍ୟରୁ ୫୩,୭୬୩ ସ୍କୁଲରେ ବାଳିକା ଶୌଚାଳୟ ଏବଂ ୫୨,୫୨୧ ସ୍କୁଲରେ ବାଳକ ଶୌଚାଳୟ ରହିଛି। ଯେଉଁଠି ସ୍ଥାୟୀ ଶୌଚାଳୟର ବ୍ୟବସ୍ଥା ନାହିଁ ସେଠାରେ ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯାଇଛି ଏବଂ ସମସ୍ତ ସ୍କୁଲରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ବୁଧବାର ପ୍ରଶ୍ନୋତ୍ତର ବେଳେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁପସ୍ଥିତିରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି।

Share